ଓଡ଼ିଶାଲାଇଭ୍ ବ୍ୟୁରୋonline classes problem for students

ଏଣିକି ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢା ଯାଉଥିଲା। କିନ୍ତୁ ଏବେ ଯୁକ୍ତ ଦୁଇ ପିଲାଙ୍କୁ ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ା ଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ବୁଧବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

କୋଭିଡ୍ ସମୟରେ ପିଲାମାନଙ୍କ ପାଠ ପଢ଼ା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ କୋଭିଡ୍ ସ୍ଥିତିରେ କିଛିଟା ସୁଧାର ଆସିବାରୁ ପୁଣିଥରେ ରାଜ୍ୟରେ ଅଫଲାଇନ ପାଠ ପଢ଼ାକୁ ଅନୁମତି ଦେଇଛନ୍ତି ସରକାର। ଏଥିପାଇଁ ସମଗ୍ର ରାଜ୍ୟରେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି।

ପୂର୍ବରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ିବାକୁ ଅନୁମତି ମିଳିସାରିଛି। କିନ୍ତୁ ଏଥିପାଇଁ କାହାକୁ ବାଧ୍ୟ କରାଯାଇନାହିଁ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କଠାରୁ ଏକ ସ୍ଵୀକୃତିପତ୍ର ନେଇ ଯିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା।

online classତେବେ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ନିଷ୍ପତ୍ତି ନିଆଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପିଲାମାନଙ୍କ ପାଇଁ ୟୁଟ୍ୟୁବ କ୍ଲାସର ବ୍ୟବସ୍ଥା କରାଯାଉଛି।

ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇ ଶ୍ରେଣୀ ଗୃହରେ ପାଠ ପଢ଼ିପାରୁନାହାଁନ୍ତି, ସେମାନେ ଏବେ ଘରେ ରହି କ୍ଲାସ କରିପାରିବେ। ଏଭଳି ହେବା ଦ୍ଵାରା ଅଭିଭାବକମାନଙ୍କୁ ପିଲାଙ୍କ ସ୍ଵାସ୍ଥ୍ୟ ଏବଂ ଶିକ୍ଷାକୁ ନେଇ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ।

Comment