ଓଡ଼ିଶାଲାଇଭ୍ ବ୍ୟୁରୋonline class

ଏଣିକି ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ାଯିବ। ପ୍ରାଥମିକ ପର୍ଯ୍ୟାୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ଶିକ୍ଷା ଦିଆଯିବ। ଏଥିସହ ରାଜ୍ୟର ୭ଟି କଲେଜରେ ଖୁବଶୀଘ୍ର ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଳିତ ବର୍ଷ କରୋନା ସଙ୍କଟ ପାଇଁ ପ୍ରାଥମିକ ଓ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପାଠ ପଢ଼ାଯିବାପରେ ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ୭ଟି ସ୍ଥାନ ଭୁବନେଶ୍ଵରର ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀର ଏସ୍‌ଏସ୍‌ସିଏସ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଏମ୍‌ପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲେଶ୍ଵରର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏହି ପାଠପଢ଼ା ଆରମ୍ଭ ହେବ।online classes problem for studentsଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ନିମନ୍ତେ କଲେଜଗୁଡ଼ିକ ଏ ଦିଗ ପ୍ରତି ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଉକ୍ତ ୭ଟି କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ୟୁଟ୍ୟୁବରେ ପାଠ ପଢ଼ାଇବା ନିମନ୍ତେ କଲେଜର ଗୋଟିଏ କକ୍ଷକୁ ପ୍ରସ୍ତୁତ କରାଯିବ। ଯେଉଁଠାରେ ପର୍ଯ୍ୟାପ୍ତ ଲାଇଟ୍‌ ସୁବିଧା ସହ କାନ୍ଥ ଧଳାରଙ୍ଗର ହୋଇଥିବା ଆବଶ୍ୟକ। ଏଥିସହ ଆବଶ୍ୟକ ମୂତାବକ ବିଦ୍ୟୁତ୍‌ ପ୍ଲଗ୍‌ ସହ ସମସ୍ତ ପାଠ ପଢ଼ା ଉପକରଣ ରହିଥିବା ଜରୁରୀ। ସମସ୍ତ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ନିୟୋଜିତ ହେବାକୁ ଥିବା ବ୍ୟକ୍ତିମାନଙ୍କର ସମସ୍ତ ବିବରଣୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବାକୁ କୁହାଯାଇଛି।

Comment