ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୧୪ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଏବଂ ଧନ୍ଦା ମୂଳକ ପରୀକ୍ଷା ଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଛାତ୍ରଛାତ୍ରୀମାନେ orissaresults.nic.in ୱେବସାଇଟରେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ।

ରାଜ୍ୟର ସମୁଦାୟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ କଳା ଓ ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି।

ତେବେ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇସାରିଛି। ବିଜ୍ଞାନରେ ୯୯.୮୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ବାଣିଜ୍ୟରେ ୯୯.୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

କରୋନା ମହାମାରୀ କାରଣରୁ ରାଜ୍ୟରେ ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଥିଲା। ତେବେ ବିକଳ୍ପ ପଦ୍ଧତିକୁ ଆପଣାଇ ଏବେ ସବୁ ରେଜଲ୍ଟ ପ୍ରକାଶ ପାଉଛି ବୋଲି ଗଣଶିକ୍ଷା ବିଭାଗ ତରଫରୁ ସୂଚାଇ ଦିଆଯାଇଛି।

Comment