ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଏହି ୧୬ ଜଣିଆ ଦଳରେ ଓଡ଼ିଶାର ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା ରହିଛନ୍ତି। ମନପ୍ରୀତ ସିଂକୁ ଦଳର ଅଧୀନାୟକ ଭାବରେ ଘୋଷଣା କରାଯାଇଛି। ପି ଆର ସ୍ରିଜେସ ଦଳର ଗୋଲ କିପର ଦାୟିତ୍ଵ ତୁଲାଇବେ ବୋଲି ଜଣାପଡ଼ିଛି।

ହରମନ ପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦ୍ର କୁମାର, ଅମିତ ରୋହିତଦାସ, ବୀରେନ୍ଦ୍ର ଲାକ୍ରା ଡିଫେଣ୍ଡରସ୍ ଭୂମିକା ତୁଲାଇବେ। ସେହିପରି ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା, ସୁମିତ୍ ମିଡଫିଲଡରସ୍ ଖେଳିବେ। ସମସେର ସିଂ, ଦୀଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଲିତ କୁମାର ଉପାଧ୍ୟେୟ, ମନଦୀପ୍ ସିଂକୁ ଫରଓ୍ବାର୍ଡ ଖେଳାଳିଭାବେ ଚୟନ କରାଯାଇଛି।ଓଡ଼ିଶା ପାଇଁ ଗର୍ବର ବିଷୟ, ଓଡ଼ିଶାର ଦୁଇ ପୁରୁଷ ଖେଳାଳିଙ୍କ ନାମ ଟୋକିଓ ଅଲମ୍ପିକ ୨୦୨୦ରେ ରହିଛି। ଏଥିପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନ୍ୟପଟେ ଗୁରୁବାର ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ମହିଳା ହକି ଟିମ୍ ଘୋଷଣା କରାଯାଇଥିଲା। ସେଥିରେ ମଧ୍ୟ ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ସ୍ଥାନ ମିଳିଛି। ଜୁଲାଇ ୨୪ତାରିଖରୁ ଅଗଷ୍ଟ ୬ପର୍ଯ୍ୟନ୍ତ ଅଲିମ୍ପିକ ଚାଲିବ।

Comment