ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ ୨ହଜାର ୬୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୧୭ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୧୧୨୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେପଟେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନାହିଁ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରୁ ୪୦ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ।

ସରକାରୀ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ, ଆଜି ବାଲେଶ୍ଵର ଜିଲ୍ଲାରୁ ସର୍ବାଧିକ ୩୯୭ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୬୫, କଟକରୁ ୨୬୬, ପୁରୀରୁ ୧୭୮, ଭଦ୍ରକରୁ ୧୨୮, ଯାଜପୁରରୁ ୧୬୨, ମୟୂରଭଞ୍ଜରୁ ୧୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୯ଲକ୍ଷ ୦୬ହଜାର ୪୨୯ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୩୩୮୫ଜଣଙ୍କୁ ମିଶାଇ ସମୁଦାୟ ୮ଲକ୍ଷ ୭୦ହଜାର ୭୮୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ୍ ୩୧ ହଜାର ୬୧୯ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୦ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ତିନି ଜଣ, ବରଗଡ଼, ଭୁବନେଶ୍ଵର, କଟକ, ନୟାଗଡ଼ରୁ ପାଞ୍ଚ ଜଣ, ଭଦ୍ରକରୁ ଜଣେ, ଗଞ୍ଜାମରୁ ତିନି ଜଣ, ଢ଼େଙ୍କାନାଳ, ଯାଜପୁରରୁ ଜଣେ ଲେଖାଏଁ, କଳାହାଣ୍ଡି, ଖୋର୍ଦ୍ଧାରୁ ଦୁଇ ଜଣ ଲେଖାଏଁ, କୋରାପୁଟ, ନବରଙ୍ଗପୁରରୁ ଜଣେ ଲେଖାଏଁ, ପୁରୀରୁ ଚାରି ଜଣ, ସମ୍ବଲପୁରରୁ ଜଣେ  ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୭୦ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here