ଓଡ଼ିଶାଲାଇଭ୍ ବ୍ୟୁରୋoffice

ଏଣିକି ଓଡ଼ିଶା ସରକାରଙ୍କ ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ଓ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଶୁକ୍ରବାରଠାରୁ ଏହି ନିୟମ ଲାଗୁ ହେବାପରେ ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତିରେ କୁହାଯାଇଛି, ପ୍ରାୟ ସବୁ କର୍ମଚାରୀ କରୋନା ଟିକାର ଦୁଇଟି ଡୋଜ ନେଇସାରିଛନ୍ତି। ଏଣୁ ସେମାନେ ନିୟମିତ ଭାବରେ କାର୍ଯ୍ୟ ଆରମ୍ଭ କରିବେ। ଯଦି କୌଣସି କର୍ମଚାରୀ ଟିକା ନେଇନାହାନ୍ତି, ତେବେ ସେମାନେ ମୁଖ୍ୟ କାର୍ଯ୍ୟାଳୟରୁ ଅନୁମତି ନେବେ। ସେମାନଙ୍କ ଅଫିସ୍ ଯିବା ନଯିବା ନିଷ୍ପତ୍ତି କେବଳ ମୁଖ୍ୟ କାର୍ଯ୍ୟାଳୟରେ ନିଆଯିବ।

ସରକାରୀ ନିୟମ ଅନୁସାରେ, ଏପର୍ଯ୍ୟନ୍ତ ଯେଉଁ କର୍ମଚାରୀ ଟିକା ନେଇନାହାନ୍ତି ସେମାନଙ୍କୁ ଅଫିସ ଯିବାପାଇଁ ଅନୁମତି ମିଳିବ ନାହିଁ। ଏହାରି ମଧ୍ୟରେ ଯଦି କୌଣସି କର୍ମଚାରୀ କୋଭିଡ୍ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କୁ ପୂର୍ବ ପ୍ରୋଟୋକଲ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here