ଓଡ଼ିଶାଲାଇଭ୍ ବ୍ୟୁରୋ  

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୬୩ ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଷର ୧୧୯ ଜଣ ରହିଛନ୍ତି। ସଂଘରୋଧ କେନ୍ଦ୍ରରୁ ୩୯୭ ଜଣ ଓ ଲୋକାଲ କେସ୍ ୨୮୩ଟି ରହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୨୬୩ରେ ପହଞ୍ଚିଛି। କରୋନା ପରିସ୍ଥିତି ଉପର ମୁହାଁ ହୋଇଥିବାରୁ ମଙ୍ଗଳବାର ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣି ଥରେ ଛାନିଆ ହେଲେଣି ଜନସାଧାରଣ। କରୋନାର ପ୍ରଥମ ଲହର ବିଶେଷ ଓଡ଼ିଶାକୁ ପ୍ରଭାବିତ କରିନଥିଲେ ମଧ୍ୟ ଦ୍ଵିତୀୟ ଲହରରେ ଅଧିକାଂଶ ଯୁବବର୍ଗ ଆକ୍ରାନ୍ତ ହୋଇଥିଲେ। ଅକ୍ସିଜେନ ଅଭାବ ଏବଂ ଫୁସଫସ ଜନିତ ସମସ୍ୟା ଦେଖାଦେବା ସହ ଅନେକ ପ୍ରାଣ ମଧ୍ୟ ହରାଇଥିଲେ। କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ମାରାତ୍ମକ ନୁହେଁ ବୋଲି କହୁଥିଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ। ଯେଉଁଭଳି ଭାବେ ଗତ କିଛିଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏହା ତୃତୀୟ ଲହର ଆଡକୁ ଗତି କରୁଥିବା ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here