ଓଡ଼ିଶାଲାଇଭ୍ ବ୍ୟୁରୋ  

 

 

ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ଵର ବାଣୀ ବିହାରସ୍ଥିତ ଡିସିପି ଅଫିସକୁ ସିଲ୍ କରିଛି ଭୁବନେଶ୍ଵର ମହାନଗର ନିଗମ। ଜାନୁଆରି ୪ ଏବଂ ୫ ତାରିଖ ଦୁଇଦିନ ଡିସିପି ଅଫିସ୍ ବନ୍ଦ ରହିବ। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର।

ଡିସିପି ଅଫିସରେ ଚିହ୍ନଟ ହୋଇଥିବା କୋଭିଡ ଆକ୍ରାନ୍ତମାନେ ଅଫିସ୍ ପରିସର ମଧ୍ୟରେ ରହିବେ। ସେମାନେ ବାହାରକୁ ଯାଇପାରବେ ନାହିଁ। ସମସ୍ତ ଆବଶ୍ୟକ ଜିନିଷ ସେମାନଙ୍କ ପାଖକୁ ପହଞ୍ଚାଇ ଦିଆଯିବ। ବାହାରର କୌଣସି ଅଧିକାରୀ କିମ୍ବା ଅନ୍ୟ ଲୋକ ଅଫିସ ଭିତରକୁ ଯାଇପାରିବେ ନାହିଁ।

ରାଜ୍ୟରେ କରୋନା ପରିସ୍ଥିତି ଅଣାୟତ ହେଉଥିବାରୁ ମଙ୍ଗଳବାର ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୬୩ ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଷର ୧୧୯ ଜଣ ରହିଛନ୍ତି।

Comment