ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ୨୪ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୬୧ରେ ପହଞ୍ଚିଛି।

କୋଭିଡ ଲକ୍ଷଣ ଦେଖାଯିବା ପରେ ମୋଟ ୨୧୮ ଜଣଙ୍କର ଜିନମ ସିକୁଏନ୍ସି ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୪ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଆଇଏଲ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଟି ଲୋକାଲ କେସ୍ ହୋଇଥିବାବେଳେ ୫ ଜଣ ବିଦେଶ ଫେରନ୍ତା ରହିଛନ୍ତି। ପୂର୍ବରୁ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ରହିଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here