ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୁଧବାର ଭୁବନେଶ୍ଵରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ଏହି ଅଞ୍ଚଳଗୁଡ଼ିକ ହେଲା ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ ଓ ପାଣିଟାଙ୍କି ଅଞ୍ଚଳ, ସତ୍ୟନଗର, ବାପୁଜୀ ନଗର ଓ ଟଙ୍କପାଣି ବିଷ୍ଣୁନଗର। ସତ୍ୟନଗର ଓ ବାପୁଜୀ ନଗରରେ ଅନିର୍ଦ୍ଧିଷ୍ଟକାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ଓଡ଼ିଶାରେ ଗୋଟିଏ ଦିନରେ ଏକ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ମୋଟ ୧ ହଜାର ୨୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଂଘରୋଧ କେନ୍ଦ୍ରରୁ ୭୧୦ ଜଣ ଓ ଲୋକାଲ୍ କେସ୍ ୫୦୬ ରହିଛି । ୧୮ରୁ କମ୍ ବର୍ଷର ୧୮୭ ଜଣ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୫୬ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୭ ହଜାର ୮୭୬ରେ ପହଞ୍ଚିଛି।