ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୧,୦୦୮ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ୨,୫୯,୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତ ୬ ଦିନର ରିପୋର୍ଟକୁ ଦେଖିଲେ ଦେଶରେ ଗତ ବୁଧବାର ୧,୭୩୩ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗତ ମଙ୍ଗଳବାର ୧୧୯୨ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସୋମବାର ୯୫୯ ଜଣଙ୍କର ମୃତ୍ୟୁ ହୋଇଥିଲା। ରବିବାର ୮୯୩ ଜଣ ଏବଂ ଶନିବାର ୮୭୧ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। କୋଭିଡ ସଂକ୍ରମଣ ହାର ବଢ଼ିବା ସହ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିଛି। ଦେଶରେ ୬ ଦିନ ଭିତରେ ମୋଟ ୬,୬୫୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଗୁରୁବାର ଆସିଥିବା ରିପୋର୍ଟ ଅନୁସାରେ ଦେଶରେ ୧,୭୨,୪୩୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଅର୍ଥାତ ଗତ ବୁଧବାର ୧.୬୧ ଲକ୍ଷ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଗତ ମଙ୍ଗଳବାର ୨.୦୯ ଲକ୍ଷ ଜଣ ନୂଆ କୋଭିଡ ମାମଲା ସାମ୍ନାକୁ ଆସିଥିଲା। ଗତ ରବିବାର ୨,୩୪,୨୮୧ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ଶନିବାର ୨,୩୫,୫୩୨ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସଂକ୍ରିୟ ମାମଲା ରହିଛି ୧୫,୩୩,୯୨୧ଟି। ମୋଟ ମୃତ୍ୟୁ ସଂଖ୍ୟା ୪,୯୮,୯୮୩ରେ ପହଞ୍ଚିଛି। କୋଭିଡ ମୁକାବିଲା ପାଇଁ ଟିକାକୁ ଗୁରୁତ୍ଵ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୬୭.୮୭ କୋଟି କୋଭିଡ ଟିକା ଦିଆଯାଇଥିବା ସ୍ଵାସ୍ଥ୍ୟନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here