ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ହସ୍ପିଟାଲରୁ ଜଣେ ନବଜାତ ଶିଶୁ ଗାଏବ ହେବାର ୭ ଦିନ ପରେ ତାକୁ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଥିଲା। ପୋଲିସ କାହାଠାରୁ ଶିଶୁକୁ ଉଦ୍ଧାର କରିଥିଲା କୌଣସି ସୂଚନା ନାହିଁ। ବର୍ତ୍ତମାନ ସୁଦ୍ଧା ଏହି ଘଟଣା ଉପରୁ ପୋଲିସ ଏବଂ ପ୍ରଶାସନ ପରଦା ଉଠାଇବାରେ ସଫଳ ହୋଇପାରି ନାହାନ୍ତି।

ଘଟଣା ପରେ ନିଖୋଜ ଶିଶୁର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ବୋଲି ଜଣାପଡ଼ିଥିଲା। ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଦ୍ଦିନରେ କାଳକାଟୁ ଥିବା ନିଖୋଜ ଶିଶୁର ପାରିବାରକୁ ସରକାରୀ ଯୋଜନାରେ ସାମିଲ କରିବାକୁ ପ୍ରଶାସନ ପଦକ୍ଷେପ ନେବା ଲାଗି ନୟାଗଡ଼ ସହରର ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଦାବି କହିଛନ୍ତି।

ନିଖୋଜ ଶିଶୁ ହେଉଛି ନୟାଗଡ଼ ବ୍ଲକ ନୋତର ଗାଁର ରବିନ୍ଦ୍ର କୁମାର ସ୍ୱାଇଁ ପୁଅ। ଗତ ଜାନୁଆରୀ ୨୮ ତାରିଖ ରବିନ୍ଦ୍ରଙ୍କ ପୁଅ ଜନ୍ମ ହୋଇଥିଲା ଏବଂ କିଛି ସମୟ ପରେ ହସ୍ପିଟାଲ ପରିସରରୁ ଗାଏବ ହୋଇଯାଇଥିଲା। ଅଭିଯୋଗ ହେବାରୁ ନିଖୋଜର ୭ ଦିନ ପରେ ପୋଲିସ ଶିଶୁପୁତ୍ରକୁ ଭୁବନେଶ୍ୱରରୁ ଉଦ୍ଧାର କରିଥିଲା।

ଏହି ଘଟଣାର ତଦନ୍ତ କରିବା ପରେ ରବିନ୍ଦ୍ରଙ୍କ ପରିବାର ଗରିବ ଶ୍ରେଣୀର ବୋଲି ଜଣାପଡ଼ିଥିଲା। ରବିନ୍ଦ୍ରଙ୍କ ପରିବାରର ୭ ଜଣ ସଦସ୍ୟଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ। ଝାଟିମାଟି ଘରେ ଆଶ୍ରୟ ନେଇଛନ୍ତି ପରିବାର। ଭୂମିହୀନ ଓ ଜମିହୀନ ପରିବାର ବହୁ ଅଭାବ ଅନଟନରେ ଦିନ କାଟୁଛନ୍ତି।

ସବୁ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ରବିନ୍ଦ୍ର। ରବିନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ସହ ଶିଶୁ ନିଖୋଜ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ବରିଷ୍ଠ ଆଇନଜୀବୀ ଅମିୟ ପଟ୍ଟନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here