ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଲିଭିଜନ ଆସିବା ପୂର୍ବରୁ ଲୋକମାନଙ୍କ ଲାଗି ଖବର ସହ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ। ରେଡିଓ ମାଧ୍ୟମରେ ଲୋକେ ଦେଶବିଦେଶର ଖବର ଜାଣିବା ସହିତ ବାତ୍ୟା, ବନ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଉଥିଲେ। ଏହାସହିତ ଲୋକେ ରେଡିଓରୁ ଗପ ଓ ଗୀତ ଶୁଣି ମନୋରଞ୍ଜନ କରନ୍ତି। ତେଣୁ ରେଡିଓ ସମୃଦ୍ଧ ଇତିହାସ ଓ ଭୂମିକା ବିଷୟରେ ଲୋକଙ୍କୁ ଜଣେଇବାକୁ ପ୍ରତିବର୍ଷ ଫେବ୍ରୁଆରି ୧୩ରେ ପାଳିତ ହେଉଛି ବିଶ୍ୱ ରେଡିଓ ଦିବସ।

୨୦୧୨ରୁ ପ୍ରତିବର୍ଷ ଫେବ୍ରୁଆରି ୧୩ରେ ପାଳନ କରାଯାଉଛି ‘ବିଶ୍ୱ ରେକର୍ଡ ଦିବସ’। ୧୮୬୦ରେ ରେଡିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍‌ସିମିସନ୍‌ ବାବଦରେ ପ୍ରଥମ ସୂଚନା ଦେଇଥିଲେ ଜେମସ୍‌ କ୍ଲାର୍କ ମାକ୍‌ସେୱଲ। ୧୯୦୧ରେ ଇଟାଲୀୟ ବିଜ୍ଞାନୀ ମାର୍କୋନି ବିଶ୍ୱରେ ପ୍ରଥମ ଥର ରେଡିଓ ତରଙ୍ଗର ଟ୍ରାନ୍‌ସଆଟ୍‌ଲାନ୍‌ଟିକ୍‌ ଟ୍ରାନ୍‌ସମିସନ୍‌ରେ ସଫଳ ହୋଇଥିଲେ। ୧୯୦୩ରେ ତାଙ୍କ ମାଧ୍ୟମରେ ମାର୍କିନ୍‌ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟ, ସପ୍ତମ ଲଡ୍‌ୱାର୍ଡଙ୍କ ପାଖକୁ ଏକ ରେଡିଓ ବାର୍ତ୍ତା ପଠାଇଥିଲେ। ମାର୍କୋନିଙ୍କ ପୂର୍ବରୁ ନିକୋଲା ଟେସଲା, ଅଲିଭର୍‌ ଲଜ୍‌, ହେନ୍‌ରିଚ୍‌ ହର୍ଜ ପ୍ରମୁଖ ରେଡିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବାର ଦାବି ରହିଛି। ଏଥିପାଇଁ ମାର୍କୋନିଙ୍କୁ ୧୯୦୯ରେ ‘ନୋବେଲ ପୁରସ୍କାର’ ମିଳିଥିଲା।

ରେଡିଓକୁ ପ୍ରସାରିତ ଓ ବିକଶିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଇଟାଲିର ଗ୍ୟୁଗ୍ଲିଏଲ୍‌ମୋ ମାର୍କୋନି, ଜର୍ମାନିର ହେନ୍‌ରିଚ୍‌ ହର୍ଜ, ରହିଆର ଆଲେକଜାଣ୍ଡର ପୋପୋଭ୍ ଭଳି ଅନେକ ବ୍ୟକ୍ତି।

୧୯୨୨ରୁ ୧୯୭୧ ପର୍ଯ୍ୟନ୍ତ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ବିନା ଲାଇସେନ୍ସ୍‌ରେ ରେଡିଓ ବ୍ୟବହାର ଦଣ୍ଡନୀୟ ଅପରାଧ ଥିଲା। ଟେଲିଭିଜନ୍‌ର ବ୍ୟବହାର ବୃଦ୍ଧି ସତ୍ତ୍ୱେ ରେଡିଓର ଲୋକପ୍ରିୟତା ଏବେ ବି ଅଛି। ବିନା ବିଜୁଳିରେ ଚାଲୁଥିବା ଯୋଗୁଁ ଏହାର ବ୍ୟବହାର ଆଜି ବି ଲୋକପ୍ରିୟତା ରହିଛି। ତେବେ ଆଜିକାଲି ଅଗମ୍ୟ ଅଞ୍ଚଳରେ କମ୍ୟୁନିଟି ରେଡିଓ ସ୍ଥାପନାକୁ ଗୁରୁତ୍ୱ ଦିଆଯାଇଛି।

Comment