ଓଡ଼ିଶାଲାଇଭ ବ୍ୟୁରୋ

 

ଜଣେ ସ୍ପଷ୍ଟବାଦୀ ଓ ବିଚକ୍ଷଣ ବ୍ୟକ୍ତିତ୍ୱ ଭାବେ ଅଶନିର ଗ୍ରୋଭର ଖୁବ ଚର୍ଚ୍ଚିତ। ଶାର୍କ ଟ୍ୟାଙ୍କ୍ ଇଣ୍ଡିଆର ପ୍ରଥମ ସଂସ୍କରଣରେ ଜଜ୍ ଭାବରେ ତାଙ୍କୁ ସାରା ଦେଶ ଖୁବ ପସନ୍ଦ କରିଛି।

ଆମେରିକାର ରିଅଲିଟି ଟିଭି ସୋ’ ‘ଶାର୍କ ଟ୍ୟାଙ୍କ୍’ ପରେ ‘ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ସୋ’ ଭାରତରେ ଆରମ୍ଭ ହୋଇଛି। ସୋ’ର ପ୍ରଥମ ଭାରତୀୟ ସଂସ୍କରଣ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ୨୦ ଡିସେମ୍ବର ୨୦୨୧ରେ ପ୍ରସାରିତ ହୋଇଥିଲା। ତେବେ ଏହି ସୋ’ ନିଜ କନସେପ୍ଟ ଏବଂ ଯୁବ ବ୍ୟବସାୟୀଙ୍କ ନୂଆ ନୂଆ ବିଜନେସ୍ ଆଇଡିଆ ପାଇଁ ଲୋକଙ୍କ ନିକଟରେ ପହଁଞ୍ଚି ପାରିଛି। ଦର୍ଶକ ଏହି ସୋ’କୁ ପସନ୍ଦ କରିବା ସହ ଏଥିରେ ଥିବା ଜଜମାନଙ୍କୁ ମଧ୍ୟ ପସନ୍ଦ କରିଛନ୍ତି ଏବଂ ତାଙ୍କ ସଫଳତା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

ସୋ’ ର ଜଜମାନଙ୍କ କଥା କହିବାକୁ ଗଲେ ବର୍ତ୍ତମାନ ସମୟର ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଅଶନିର ଗ୍ରୋଭର। ଭାରତ ପେ’ ଇଣ୍ଡିଆନ ଅନଲାଇନ ପେମେଣ୍ଟ କମ୍ପାନିର ପ୍ରତିଷ୍ଠାତା ଅଶନିର ୨୦୧୮ ମସିହାରେ ଏହି କମ୍ପାନି ଆରମ୍ଭ କରିଥିଲେ ଏବଂ ଧିରେ ଧିରେ ଏହା ସଫଳତାର ପାହାଚ ଚଢ଼ିବାରେ ଲାଗିଲା। ବର୍ତ୍ତମାନ କମ୍ପାନିର ହାରାହାରି ମୂଲ୍ୟ ହେଉଛି ୨.୫ ବିଲିୟନ ଡଲାର।

ଭାରତ ପେ’ ୟୁପିଆଇ ଆଧାରିତ ଏକ ଇଣ୍ଟେଲିଜେଣ୍ଟ୍ ପେମେଣ୍ଟ୍ ସିଷ୍ଟମ୍ ଯାହା କ୍ଷୁଦ୍ର ବ୍ୟବସାୟ ଏବଂ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିଥାଏ। ପ୍ରତିଯୋଗିତା କଥା କହିବାକୁ ଗଲେ ଭାରତ ପେ’ର ସମକକ୍ଷ କମ୍ପାନିଗୁଡ଼ିକ ହେଉଛି ଫୋନ୍ ପେ’, ମୋବିକ୍ୱିକ୍ ଏବଂ ପେ’ ଟିଏମ୍ ଭଳି କମ୍ପାନି।

ଅଶନିର ଗ୍ରୋଭର ସାତ ବର୍ଷ ପାଇଁ କୋଟାକ୍ ବ୍ୟାଙ୍କର ଉପାଧ୍ୟକ୍ଷ ଥିଲେ। ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ ଇଣ୍ଡଷ୍ଟ୍ରିରେ ଅପାର ଅଭିଜ୍ଞତା ହାସଲ କରିଥିଲେ, ଯାହା ଆମେରିକାନ୍ ଏକ୍ସପ୍ରେସର ସିଏଫଓକୁ ପଦୋନ୍ନତି ନିଶ୍ଚିତ କରିଥିଲା। ତଥାପି, ସେ କେବଳ ଏହି ପଦବୀରେ ଦୁଇ ବର୍ଷ ରହିଥିଲେ।

୨୦୧୫ରେ କର୍ପୋରେଟ୍ କ୍ୟାରିଅର୍ ଛାଡ଼ି ସେ ଷ୍ଟାର୍ଟଅପ୍ ସେକ୍ଟରରେ ପ୍ରବେଶ କରିଥିଲେ। ସେ ଗ୍ରୋଫର୍ସର ସିଏଫଓ ଥିଲେ। ଭାରତ ପେ’ ପ୍ରତିଷ୍ଠା କରିବା ପୂର୍ବରୁ ପିସି ଜୁଏଲର୍ସ ପାଇଁ ନୂତନ ବ୍ୟବସାୟର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।

ସେ ଜଣେ ଖୁବ ପ୍ରଭାବଶାଳୀ ଏବଂ ଚତୁର ନିବେଶକ ଏବଂ ୫୫ରୁ ଅଧିକ ଷ୍ଟାର୍ଟଅପସ୍ କମ୍ପାନୀରେ ନିବେଶ କରିଛନ୍ତି। ସେ ଅନେକ ଟେକ୍ନୋଲୋଜୀ କମ୍ପାନି ଯଥା ଫିନଟେକ୍, ହେଲ୍ଥଟେକ୍ ଏବଂ ଅଟୋ ଟେକରେ ମଧ୍ୟ ନିବେଶ କରିଛନ୍ତି।

Comment