ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ୍ ହେବା ପାଇଁ କିଏ ସ୍ୱପ୍ନ ନଦେଖେ, ସରକାରୀ ବାବୁ ସାଜି କାମ କରିବାକୁ ଆଜି ଲୋକମାନେ ଅନେକ ପରିଶ୍ରମ କରୁଛନ୍ତି। କିଛି ଲୋକ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ଆଇଏଏସ୍ ପରୀକ୍ଷା ପାସ୍ କରୁଥିବା ବେଳେ କିଛି ଲୋକ ଏଥିରେ ବିଫଳ ହେଉଛନ୍ତି। ତେବେ ଆଜି ବି ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଆଇଏଏସ୍ ଭଳି ଚାକିରିକୁ ଛାଡ଼ି ନିଜକୁ ଜଣେ ଉଦ୍ୟୋଗୀଭାବେ ଗଢ଼ିତୋଳିବାକୁ ପସନ୍ଦ କରିଛନ୍ତି।

ଜାଣନ୍ତୁ,ଏମିତି କିଛି ୭ଜଣ ଉଦ୍ୟୋଗୀଙ୍କ ବିଷୟରେ ଡକ୍ଟର ସୟଦ ସବାହତ ଅଜିମ                                 

ଆଇଏଏସ୍ ପରୀକ୍ଷାରେ ପାସ୍ ହେବା ପୂର୍ବରୁ ସୟଦ ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ସେ ୨୦୦୦ ମସିହାରେ ଆଇଏଏସ୍ ପରୀକ୍ଷାରେ ପାସ୍ ହୋଇ ଅଫିସର ହୋଇଥିଲେ। ତେବେ ଏହାପରେ ମଧ୍ୟ ଲୋକଙ୍କୁ ଶସ୍ତା ଓ ସୁବିଧାରେ ମେଡିକାଲ ଚିକିତ୍ସା ଯୋଗାଇଦେବା ପାଇଁ ସେ ଆଇଏଏସ୍ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଗ୍ଲୋକାଲ୍ ହେଲଥ କେୟାର ନାମରେ ଗୋଟିଏ ଅନୁଷ୍ଠାନ ଖୋଲିଥିଲେ। ଏହି ଅନୁଷ୍ଠାନରେ ତାଙ୍କ ଦ୍ୱାରା କମ୍ପ୍ୟୁଟର ପ୍ରଣାଳୀରେ ଚିକିତ୍ସା କରାଯାଉଛି।ରଜନ ସିଂହ

ଆଇଆଇଟି କାନପୁରରେ ପାସ୍ କରିଥିବା ଏହି ଗ୍ରାଜୁଏଟ ଜଣକ ଆଇଏଏସ୍ ପରୀକ୍ଷାରେ ପାସ୍ କରିଥିଲେ। ଏହାପରେ ସେ ଥିରୁଅନନ୍ତପୁରମର ପୋଲିସ କମିସନରଭାବେ ତିନିବର୍ଷ ପାଇଁ କାମ କରିଥିଲେ। ତେବେ ପୋଲିସ୍ ପଦବୀରେ ଆଠ ବର୍ଷ ରହିବା ପରେ ସେ ନିଜକୁ ଜଣେ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ଭାବିଥିଲେ। ଏହାପରେ ସେ କନସ୍ପେଟ୍ ଓଲ୍ ନାମକ ଗୋଟିଏ ଭିନ୍ନ ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିରେ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ୍ ସାହାଯ୍ୟରେ ପାଠ ପଢ଼ିପାରୁଛନ୍ତି।ପ୍ରଭେସ ସିଂହ

୧୯୮୨ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହେଉଛନ୍ତି ପ୍ରଭେସ ଶର୍ମା। ଦୀର୍ଘ ୩୪ ବର୍ଷ ଧରି ଆଇଏଏସ୍ ଅଫିସର ଭାବେ କାର୍ଯ୍ୟ କରିସାରିବା ପରେ ୨୦୧୬ରେ ସେ କାର୍ଯ୍ୟରୁ ସ୍ୱଚ୍ଛାକୃତ ଭାବେ ଅବସର ନେଇଥିଲେ। ଏହାପରେ ସେ ଗୋଟିଏ ନୂଆ ଉଦ୍ୟୋଗରେ ପାଦ ଥାପିଥିଲେ। ସେଥିରେ ସେ କୃଷକମାନଙ୍କ ପାଖରୁ ସିଧାସଳଖ ପନିପାରିବା ଆଣି ଏହାକୁ ଲୋକଙ୍କୁ ଯୋଗାଉଥିଲେ। ଏହି ବ୍ୟବସ୍ଥା ଅନଲାଇନ୍ ଜରିଆରେ କରାଯାଉଥିଲା। ବର୍ତ୍ତମାନ ତାଙ୍କର ଏହି ଉଦ୍ୟୋଗ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ କରିପାରିଛି।ରୋମାନ ସୈନୀ

ଦିନେ ସେ ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ୧୬ ବର୍ଷ ବୟସରେ ଏମସ୍ ଏଣ୍ଟ୍ରାନ୍ସରେ ପାସ୍ କରିବା ପରେ ସେ ମେଡିକାଲ୍ ପଢ଼ିବା ପାଇଁ ଯୋଗ ଦେଇଥିଲେ। ସେଠାରେ ମେଡିକାଲ୍ ପାଠ ପଢ଼ି  ପାସ କରିବା ପରେ ଜଣେ ମାନସିକ ବିଭାଗର ଡାକ୍ତରଭାବେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହାପରେ ସେ ତାଙ୍କର ପ୍ରଥମ ଆଇଏଏସ୍ ପରୀକ୍ଷାର ଚେଷ୍ଟାରେ ପାସ୍ ହୋଇଯାଇଥିଲେ। ଏବଂ ମଧ୍ୟପ୍ରଦେଶର ଗୋଟିଏ ଜିଲ୍ଲାର ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ।

ଜିଲ୍ଲାପାଳ ହେବା ପରେ ମଧ୍ୟ ନିଜକୁ ଜଣେ ଉଦ୍ୟୋଗୀ ଭାବେ ଗଢ଼ତୋଳିବାକୁ ଇଚ୍ଛା କରିଥିଲେ ରୋମାନ। ଆଇଏଏସ୍ ସେବାରୁ ନିବୃତ ହୋଇ ସେ ଏହାପରେ ଗୋଟିଏ ୱେବସାଇଟ୍ ଆରମ୍ଭ କରିଥିଲେ। ସେଥିରେ ସେ ଆଇଏଏସ୍ ପାଇଁ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଜରିଆରେ ପାଠ ପଢ଼ାଇଥିଲେ। ଏହି ୱେବସାଇଟ୍ ଜରିଆରେ ସେ ନିଜକୁ ଜଣେ ସଫଳ ଉଦ୍ୟୋଗୀ କରିପାରିଛନ୍ତି।ବିବେକ କୁଲକର୍ଣ୍ଣି

୧୯୭୯ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ବିବେକ କୁଲକର୍ଣ୍ଣି। ଆଇଏଏସ୍ ହେବାର ୨୨ ବର୍ଷ ପରେ ସେ ନିଜ ପଦରୁ ସନ୍ୟାସ ନେଇଥିଲେ।  ଏହାପରେ ସେ ୨୦୦୫ ମସିହାରେ ବ୍ରିକ୍ ୱାର୍କ ଇଣ୍ଡିଆ ନାମକ ଗୋଟିଏ କମ୍ପାନି ପ୍ରତିଷ୍ଠା କରିଥିଲେ। ଏହି କମ୍ପାନି ଦେଶ ବିଦେଶର ବିଭିନ୍ନ କମ୍ପାନିମାନଙ୍କୁ ସହାୟତା ପ୍ରଦାନ କରିଥାଏ। ବିଶ୍ୱର ୧୧୬ଟି ଦେଶରେ ତାଙ୍କ କମ୍ପାନି ସହ ସେ ବ୍ୟବସାୟ କରୁଛନ୍ତି ବୋଲି ଜଣାପଡ଼ିଛି।ଜିଭି ରାଓ

୫୨ ବର୍ଷୀୟ ଏହି ଆଇଏଏସ୍ ଅଫିସର ନିଜକୁ ଉଦ୍ୟୋଗ ଜଗତରେ ପ୍ରବେଶ କରାଇଥିଲେ। ଆଇଏଏସ ପଦରୁ ବିଶ୍ରାମ ନେବା ପରେ ସେ ଏଲଏସଏଇ ନାମକ ଏକ କମ୍ପାନି ଆରମ୍ଭ କରିଥିଲେ। ଏଥିରେ ସେ ସିଏସଇ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଲୋକମାନଙ୍କୁ କୋଚିଂ ସୁବିଧା ଯୋଗାଇଥିଲେ। ଏଥିରୁ ସେ ବେଶ୍ ଭଲ ବ୍ୟବସାୟ କରିବା ସହ ନିଜର ଉଦ୍ୟୋଗକୁ ଉଚ୍ଚ ସ୍ତରକୁ ନେଇ ଯାଇପାରିଥିଲେ। ୨୦୧୭ରେ ସେ ଅନଲାଇନ୍ ପୋର୍ଟାଲ ଓ ଆପ୍ ମଧ୍ୟ ଆରମ୍ଭ କରିଛନ୍ତି।ସଞ୍ଜୟ ଗୁପ୍ତା

ମାତ୍ର ୨୨ ବର୍ଷ ବୟସରେ ୟୁପିଏଏସି ପରୀକ୍ଷାରେ ପାସ୍ କରିଥିଲେ ସଞ୍ଜୟ ଗୁପ୍ତା। ୧୯୮୫ ବ୍ୟାଚର ଏହି ଆଇଏଏସ୍ ଅଫିସର ୨୦୦୨ ମସିହାରେ ତାଙ୍କ ପଦରୁ ସ୍ୱଚ୍ଛାକୃତ ଭାବେ ଅବସର ନେଇଥିଲେ। ଏହାପରେ ସେ କିଛି ବର୍ଷ ପାଇଁ ଆଦାନି ଗ୍ରୁପରେ ଯୋଗ ଦେଇଥିଲେ। ଏହାପରେ ସେ ତାଙ୍କର ନିଜର ନିସା ଗ୍ରୁପ ନାମରେ ତାଙ୍କର ଏକ ଉଦ୍ୟୋଗ ଆରମ୍ଭ କରିଥିଲେ। ସେଥିରେ ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ଟେକ୍ନୋଲୋଜି, ଆର୍ଥିକ ସୁବିଧା ଆଦି ଯୋଗାଇଦିଆଯାଉଥିଲା। ତାଙ୍କର ଏହି ଉଦ୍ୟୋଗ ପାଇଁ ଆଜି ସେ ବେଶ୍ ପରିଚିତ। ଏହା ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିପାରିଛି।

Comment