ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଏପ୍ରିଲ ୨୮ ତାରିଖରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଚଳିତ ବର୍ଷ ରାଜ୍ୟର ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ବୋର୍ଡ ପରୀକ୍ଷା ଦେବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ତାପ ମାତ୍ରା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଥର ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ସକାଳ ୯ଟାରୁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ନିଜ ନିଜ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ପରୀକ୍ଷା ପରିଚାଳନା କରିବେ। ନିଜ କଲେଜର ଶିକ୍ଷକମାନଙ୍କ ଦ୍ଵାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।

ଚଳିତ ଥର ଅଫ୍‌ ଲାଇନ୍‌ରେ ପରୀକ୍ଷା ହେବ। ପରୀକ୍ଷା ମୂଲ୍ୟାୟନ ପାଇଁ ଦୁଇଟି ସ୍କିମ ରହିବ। ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଏବଂ ତ୍ରୟମାସିକ ପରୀକ୍ଷାର ୨୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯିବ। ଯେଉଁଥିରେ ସର୍ବାଧିକ ମାର୍କ ରହିବ ସେଇଟି ଚୂଡ଼ାନ୍ତ ହେବ।

Tag: #Examination #Education #+2BoardExam #OffLineExam

Comment