ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି)ର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରରେ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ ସମସ୍ୟା ଖୁବଶୀଘ୍ର ଦୂର କରିବାକୁ ଯୋଜନା ପ୍ରସ୍ତୁତ ହୋଇ କାମ ଆରମ୍ଭ ହୋଇଛି ବୋଲି ଓଡ଼ିଶାଲାଇଭ୍‌କୁ କହିଛନ୍ତି ନୂଆ ମେୟର ସୁଲୋଚନା ଦାସ।

“ଅନେକ ବର୍ଷ ହେଲା ଭୁବନେଶ୍ଵର ସହରରେ ଡ୍ରେନେଜ ସମସ୍ୟା ମୁଣ୍ଡ ଟେକିଛି। ଏହି ସମସ୍ୟା ଯୋଗୁଁ ସହରବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସମସ୍ୟା ସୃଷ୍ଟି କରୁଥିବା ସହରର ପ୍ରାୟ ୭୫ଟି ସ୍ଥାନ ଚିହ୍ନଟ କରାଯାଇଛି। ବର୍ତ୍ତମାନ ପ୍ରାୟ ୪୦ଟି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ବାକି ସ୍ଥାନଗୁଡ଼ିକରେ ଖୁବଶୀଘ୍ର କାମ ଆରମ୍ଭ କରାଯିବ। ଆଗକୁ ବର୍ଷା ଋତୁ ଥିବାରୁ ଏହା ପୂର୍ବରୁ ଡ୍ରେନ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ଭୁବନେଶ୍ଵର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ।

ବିଏମସି ପକ୍ଷରୁ ସହରର ଡ୍ରେନେଜ ସିଷ୍ଟମ ସଜାଡିବା ପାଇଁ ଅନେକ ପ୍ଲାନିଂ ପ୍ରସ୍ତୁତ କରାଯାଇଛି। ସେହି ପ୍ଲାନିଂ ଅନୁଯାୟୀ କାମ ଆରମ୍ଭ ହୋଇଛି। ଖୁବ ଶୀଘ୍ର ଏହି ସମସ୍ୟାରୁ ସହରବାସୀ ମୁକୁଳିବେ ବୋଲି ସେ କହିଛନ୍ତି।

“ଭୁବନେଶ୍ଵରର ଡ୍ରେନେଜ ସମସ୍ୟା ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଅବଗତ। ଯେତେବେଳେ ସାମ୍ବାଦିକତା କରୁଥିଲି ଏ ସମସ୍ୟାକୁ ମୁଁ ଗୁରୁତ୍ଵର ସହ ଦେଖୁଥିଲି। ଏବେ ରାଜନୀତିକୁ ଆସିବା ପରେ ଏହି ସମସ୍ୟାକୁ ମୁଁ ପ୍ରାଥମିକତା ଦେବି। ଯେତେବେଳେ ଏ ସହର ଗଠନ ହୋଇଥିଲା ମାତ୍ର ଅଳ୍ପ ଲୋକଙ୍କ ପାଇଁ ପ୍ଲାନିଂ କରାଯାଇଥିଲା। ବର୍ତ୍ତମାନ ଭୁବନେଶ୍ଵରର ଲୋକ ସଂଖ୍ୟା ସାଢ଼େ ୧୧ ଲକ୍ଷରୁ ଅଧିକ। ବିନା ପ୍ଲାନିଂରେ ଘର ହୋଇଛି ଏବଂ ସହର ମଧ୍ୟ ବଢ଼ିଛି। ତେଣୁ ଡ୍ରେନେଜ ସମସ୍ୟା ଉପୁଜୁଛି”, କହିଛନ୍ତି ବିଏମ୍‌ସି ମେୟର।

ବିଏମସି ପକ୍ଷରୁ ସହରର ଡ୍ରେନେଜ ସିଷ୍ଟମ ସଜାଡିବା ପାଇଁ ଅନେକ ପ୍ଲାନିଂ ପ୍ରସ୍ତୁତ କରାଯାଇଛି। ସେହି ପ୍ଲାନିଂ ଅନୁଯାୟୀ କାମ ଆରମ୍ଭ ହୋଇଛି। ଖୁବ ଶୀଘ୍ର ଏହି ସମସ୍ୟାରୁ ସହରବାସୀ ମୁକୁଳିବେ ବୋଲି ସେ କହିଛନ୍ତି।

ଭୁବନେଶ୍ଵର ଦେଶର ସ୍ମାର୍ଟ ସିଟି ତାଲିକାରେ ସ୍ଥାନିତ ହୋଇଛି। ଆଗକୁ ଏହି ସହରର ଆହୁରି ଉନ୍ନତିକରଣ କରାଯିବ। ଦେଶ ବାହାରେ ଥିବା ବଡ଼ ବଡ଼ ସହରଗୁଡ଼ିକ ପରି ଏଠାରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଏବଂ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ଆଗାମୀ ଦିନରେ ଭୁବନେଶ୍ଵରକୁ ଦେଶର ଏକ ନମ୍ବର ସହର ଭାବେ ଗଢ଼ି ତୋଳିବାକୁ ବିଜେଡି ସରକାର ଲକ୍ଷ୍ୟ ରଖିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ।

Tags: #BMC #BMCMayor #SulochanaDas #DrainageSystem #DrainageProblem

Comment