ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଡିଜିପି ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟ ନିର୍ବାହ କରିବେ।

ଗତ ୨୦୨୧ ଡିସେମ୍ୱର ୩୧ ତାରିଖରେ ଡିଜିପି ଅଭୟ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ମୁଖ୍ୟ ସଚିବ ପାହ୍ୟାର ପଦବୀରେ ସେ ଏହି ନିଯୁକ୍ତି ପାଇଥିଲେ।

Tags: #OSSCDirector #FormerDGPAbhay #OdishaStaffSelectionCommission #StateGovt

Comment