ଓଡ଼ିଶାଲାଇଭ୍ ବ୍ୟୁରୋ

ossc

ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ପକ୍ଷରୁ ୨୪ଟି ‘ଫାର୍ମାସିଷ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶା କାରାଗାର ବିଭାଗ ଏବଂ କଟକ ସ୍ଥିତ ପ୍ରିଣ୍ଟିଂ ନିର୍ଦେଶାଳୟରେ ଏହି ନିଯୁକ୍ତି ମିଳିବ।

ଏହି ‘ଫାର୍ମାସିଷ୍ଟ’ ପଦବୀ ପାଇଁ ‘ଓଏସଏସସି’ ପକ୍ଷରୁ ଏବେ ଅନଲାଇନ ଆବେଦନ ଜାରି ରହିଛି। ସେପ୍ଟେମ୍ବର ୨୮ ତାରିଖ ଯାଏଁ ଏହି ଆବେଦନ ଚାଲିବ।

ଆପଣମାନେ ଓଏସଏସସିର ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା 

  • ଫାର୍ମାସିଷ୍ଟ (କାରାଗାର ବିଭାଗ) – ୨୩ 
  • ଫାର୍ମାସିଷ୍ଟ (ପ୍ରିଣ୍ଟିଂ ନିର୍ଦେଶାଳୟ) – ୧ 

ଯୋଗ୍ୟତା

  • ଆଶାୟୀମାନେ ଅତିକମରେ ଯୁକ୍ତ ୨ ବିଜ୍ଞାନ ପାସ କରିଥିବା ଆବଶ୍ୟକ
  • ସେମାନଙ୍କ ବୟସ ୧୮ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଫର୍ମାସିରେ ଡିପ୍ଲୋମା କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଫାର୍ମାସିଷ୍ଟ ପଦବୀ ପାଇଁ ‘ଓଏସଏସସି’ ପକ୍ଷରୁ ଏକ ଲିଖିତ ପରୀକ୍ଷା କରାଯିବ। ଏଥିରେ ପରୀକ୍ଷା ପାସ କରିଥିବା ଆଶାୟୀମାନଙ୍କ ନାମ କମିଶନ ପକ୍ଷରୁ ବାହର କରାଯିବ। ଏହାପରେ ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଓଏସଏସସିର ୱେବସାଇଟ ossc.gov.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

 

‘ଓଏସଏସସି’ ପକ୍ଷରୁ ଏହି ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ ସେ ନେଇ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ‘ଓଏସଏସସି’ ୱେବସାଇଟରେ ଉପଲବ୍ଧ।

Tags: #OSSC #PharmacistPost #Employment #Careers #Odisha

 

Comment