ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଅବସ୍ଥାପିତ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ନବମୀ ଉତ୍ସବରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଅହଲ୍ୟା ଉଦ୍ଧାର ଓ ଗଙ୍ଗାପାର ବେଶ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କର ଏହି ମନୋରମ ଓ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ଶ୍ରୀରାମ ନବମୀ ତିଥିରୁ ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଜନ୍ମଯାତ୍ରା ମହୋତ୍ସବ ୪ର୍ଥ ଦିବସରେ ପହଞ୍ଚିଛି। ଶ୍ରୀରାମଲୀଳା କଥା ପ୍ରସଙ୍ଗ ଆଧାରରେ ରଘୁନାଥ ଜୀଉଙ୍କ ଦୈନିକ ଭିନ୍ନ ଭିନ୍ନ ବେଶ ନୀତି ଅନୁଷ୍ଠିତ ହୋଇଆସୁଛି। ମଙ୍ଗଳବାର ସନ୍ଧ୍ୟାରେ ଗୁରୁ ବିଶ୍ୱାମିତ୍ରଙ୍କ ସହ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ କୋଶଳପୁରୀ ଯାତ୍ରା ସମୟରେ ଅଭିଶାପଗ୍ରସ୍ତ ପାଷାଣରୂପୀ ଗୌତମଙ୍କ ପତ୍ନୀ ଅହଲ୍ୟା ଦେବୀଙ୍କୁ ଉଦ୍ଧାର କରିଛନ୍ତି।

ଶ୍ରୀଜୀଉଙ୍କ ଅହଲ୍ୟା ଉଦ୍ଧାର ବେଶ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବୁଧବାର ଗଙ୍ଗାପାର ଓ କୈବର୍ତ୍ତ୍ୟକୁ କୃପା ଦାନର ମନୋରମ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ବିଶ୍ରାମ ପରେ ଶୁକ୍ରବାର ଧନୁଭଗ୍ନ ଓ ଶ୍ରୀଜୀଉଙ୍କ ଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ଦେବନୀତି ଅନୁସାରେ ସୀତା ବିବାହ ଉତ୍ସବ ଅନୁଷ୍ଠିତ ହେବ।

Tags: #Nayagarh #NayagarhShreeRagunathTemple #ShreeRamNavmi

Comment