ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଏପ୍ରିଲ ୨୯ ତାରିଖଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପରିଚାଳନା ଏବଂ କପି ରୋକିବା ପାଇଁ ଗଠନ ହୋଇଛି ସ୍ପେସିଆଲ ସ୍କ୍ଵାଡ୍। ମୋଟ ୩୦ଟି ଜିଲ୍ଲା ପାଇଁ ୩୮ଟି ସ୍ପେସାଲ ସ୍କ୍ଵାଡ୍ ଗଠନ କରାଯାଇଛି। ଏହି ସ୍କ୍ଵାଡ୍ ପରୀକ୍ଷା ପରିଚାଳନା ଓ କପି ରୋକିବାକୁ ଏବଂ ତଦାରଖ କରିବାକୁ ନିଯୁକ୍ତ ହେବେ। ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ସ୍କ୍ଵାଡ୍ ଗଠନ କରାଯାଇଛି।

ବୋର୍ଡ ସଭାପତି ରାମଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ସ୍କ୍ଵାଡ୍ ଅଧିକାରୀଙ୍କ ସମେତ ବୋର୍ଡର ଜୋନ ଅଧିକାରୀ ଏବଂ କେତେଜଣ ଶିକ୍ଷାଧିକାରୀଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରୀକ୍ଷା ପରିଚାଳନାକୁ କଡ଼ା କଡ଼ି କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ଆସନ୍ତା ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାର ସମୟ ଅବଧି ରହିବ ୨ ଘଣ୍ଟା, କିନ୍ତୁ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ନିର୍ଦ୍ଧାରିତ ହୋଇଛି।

ମୋଟ ୩୦ଟି ଜିଲ୍ଲାରେ ଏଥିଲାଗି ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ନୋଡାଲ୍‌ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି।

Tags: #Education #MatricExam #SpecialSquared #Odisha #HighSchool #Students

Comment