ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ। ଲାଲଗଡ଼ରେ ସହିଦ ସପ୍ତାହ ପାଳନ କରାଯାଉଥିବା ସମୟରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମାଓବାଦୀ ଉପଦ୍ରବ ନିୟମଗିରି ଅଞ୍ଚଳକୁ ଗସ୍ତ କରିଛନ୍ତି।

କଲ୍ୟାଣସିଂହପୁର ବ୍ଲକର ଦୁର୍ଗମ ନିୟମଗିରି ଲାଖପଦର ଅଞ୍ଚଳକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ଜୀବନ ଜାପନ ଶୈଳୀ ଏବଂ ସମସ୍ୟା ନେଇ ସ୍ଥାନୀୟ ବାସୀଙ୍କ ସହ ଆଲୋଚନା କରିଥିଲେ। ସେଠାର ଖଣି ଖନନକୁ ନେଇ ଚର୍ଚ୍ଚାରେ ରହିଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବସବାସ କରୁଥିବା ଅଞ୍ଚଳକୁ ଯାଇ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ସିକକା ଲଦ, ଯୁବ ସଭାପତି ସମ୍ବା କୁଲୁସିକା ଓ ଡ୍ରିଞ୍ଜ ଶିକକାଙ୍କ ସହିତ ଆଲୋଚନା କରିଛନ୍ତି।

ଏହି ସମୟରେ ଜିଲ୍ଲା ଡଙ୍ଗରିଆ କନ୍ଧଙ୍କ କିଛି ପାରମ୍ପରିକ ଖାଦ୍ୟ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ନିଜ ଗହଣରେ ପାଇ ଆଦିମ ଜନଜାତି ଅଧିବାସୀ ଉଲ୍ଲସିତ ହେବା ସହ ନିଜ ସମସ୍ୟା ସମ୍ପର୍କରେ ଅବଗତ କରି ସମାଧାନ ପାଇଁ ଅପେକ୍ଷା କରିଛନ୍ତି।

Tags: #Rayagada #DistCollector #SwadhaDevSingh #Visits #Niyamgiri

LEAVE A REPLY

Please enter your comment!
Please enter your name here