ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସ୍ଵଧାଦେବ ସିଂ। ବୁଧବାର ଦିନ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ନୂତନ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।

ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ଵଧାଦେବ ସିଂ। ସେ କହିଛନ୍ତି ଜିଲ୍ଲାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସେ ପ୍ରାଧାନ୍ୟ ଦେବେ। ବିଶେଷ ଭାବେ ଦୀର୍ଘ ବର୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି। ଏହା ସହ ଶିକ୍ଷା, ସ୍ଵାସ୍ଥ୍ୟ, କୃଷିର ଉନ୍ନତି ଏବଂ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ କାମ କରିବେ ବୋଲି ନୂଆ ଜିଲ୍ଲାପାଳ କହିଛନ୍ତି।

ନୂଆ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ ପାଖକୁ ବର୍ତ୍ତମାନ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସ୍ଵଧାଦେବ ସିଂ ଏହା ପୂର୍ବରୁ ରାୟଗଡ଼ାର ଜିଲ୍ଲାପାଳ ଭାବେ ନିଯୁକ୍ତ ଥିଲେ।

Tags: #Nayagarh #SwadhaDevSingh #NayagarhNewCollector #Odisha

LEAVE A REPLY

Please enter your comment!
Please enter your name here