ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮ ବର୍ଷ ପାଇଁ ଶନିବାର ଅନୁଷ୍ଠିତ ହେବାକୁ ଥିବା ପୋଲିସ୍ ସବଇନ୍ସପେକ୍ଟର ପରୀକ୍ଷା ଘୁଞ୍ଚିଛି। ବୈଷୟିକ ତ୍ରୁଟି କାରଣରୁ ପରୀକ୍ଷା ସ୍ଥଗିତ ରଖାଯାଇଥିବା ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୋଲିସ ସବଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେ ଟୁଇଟ କରି କହିଛନ୍ତି ଯେ, “ସଫ୍ଟଓୟାରରେ ତ୍ରୁଟି ‌ପାଇଁ ଏପରି ସମସ୍ୟା ହୋଇଛି।” ତେବେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ ବୋଲି ବୋର୍ଡ ଅଧ୍ୟକ୍ଷ ଆଶ୍ଵାସନା ଦେଇଛନ୍ତି। ପୂର୍ବରୁ ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ୍ ଏହି ପରୀକ୍ଷା କରୁଥିବାବେଳେ ଚଳିତ ଥର ପ୍ରଥମ କରି ଓଡ଼ିଶା ପୋଲିସ ନିଜର ବୋର୍ଡ କରି ଏହି ପରୀକ୍ଷା କରୁଥିଲା। ତେବେ ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ଠିକ୍ ଭାବେ ଡାଉନଲୋଡ୍ ହୋଇନପାରିବାରୁ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିଛି।

Tags: #policesubinspectorexam #odishapolicerecruitmentboard #odishapolice #staffselectioncommission #drsudhanshusarangi

LEAVE A REPLY

Please enter your comment!
Please enter your name here