ଓଡ଼ିଶାଲାଇଭ୍ ବ୍ୟୁରୋ

କିଶୋର ମହାପାତ୍ର, (ନୟାଗଡ ରୁରାଲ): ୨୦୧୮ ମସିହାରେ ନୟାଗଡ଼ ଅଞ୍ଚଳରେ ଘଟିଥିବା ଏକ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି। ବିଚାରପତି ବିରଞ୍ଚି କୁମାର ରଥ ମାମଲାର ଶୁଶାଣି କରି ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୮ ମସିହାରେ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଭାପୁର ଅଞ୍ଚଳର ପ୍ରମୋଦ ଦେହୁରୀ ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ଘଟଣା ଦିନ ୫ବର୍ଷର ନାବାଳିକା ଘର ପାଖରେ ଖେଳୁଥିବା ସମୟରେ ଅଭିଯୁକ୍ତ ଝିଅଟକୁ ଉଠାଇନେଇଥିଲେ।

ତେବେ ଘର ଭିତରୁ ଝିଅର ଚିକାର ଶୁଣି ସ୍ଥାନୀୟ ଲୋକ ଝିଅଟିକୁ ଉଦ୍ଧାର କରିଥିଲେ। ଗ୍ରାମ କମିଟିରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ପରେ ନାବାଳିକାଙ୍କ ବାପା ଫତେଗଡ଼ ଥାନାରେ ଏନେଇ ଅଭିଯୋଗ କରିଥିଲେ।

ଅଭିଯୋଗ କୁ ଆଧାର କରି ଫତେଗଡ ପୋଲିସ ୮୫/୧୮ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ୧୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ସରକାରୀ ଓକିଲ ଅମିୟ ପଟ୍ଟନାୟକ ଯୁକ୍ତିକୁ ତର୍ଜମା କରି ବିଚାରପତି ବିରଞ୍ଚି କୁମାର ରଥ ଏହି ରାୟ ଶୁଣାଇଛନ୍ତି।

Tags: #Nayagarh #kidnappingcase­ #minorgirl #rapecase #2018

LEAVE A REPLY

Please enter your comment!
Please enter your name here