ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ପୂର୍ବତଟ ରେଳବାଇର ୱାଲଟେୟର ଡିଭିଜନରେ ରେଳବାଇ ଭିତ୍ତିଭୂମିର ବିକାଶକୁ ନେଇ ସଂସଦୀୟ କମିଟି (ଉଭୟ ଲୋକସଭା ଏବଂ ରାଜ୍ୟସଭା) ବୈଠକ ବିଶାଖାପାଟଣାଠାରେ ପୂର୍ବତଟ ରେଳ ବିଭାଗର ଜେନେରାଲ ମ୍ୟାନେଜର ଶରଦ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ଼ର ମୋଟ ୮ ଜଣ ସାଂସଦ ଯୋଗ ଦେଇଥିଲେ।

ଡିଭିଜୋନାଲ କମିଟି ଦ୍ଵାରା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କମିଟିର ସଭାପତି ଭାବେ ମନୋନୀତ କରାଯାଇଛି। ବୈଠକରେ ବିଶାଖାପାଟଣାମ ସାଂସଦ ଏମ ଭି ଭି ସତ୍ୟନାରାୟଣ, ଅନାକାପଲ୍ଲି ସାଂସଦ ବି. ସତ୍ୟବତୀ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଶ୍ରୀକାକୁଲମ ସାଂସଦ କିଞ୍ଜାରାପୁ ରାମମୋହନ ନାଇଡୁ, ବିଜୟନଗରମ ସାଂସଦ ବେଲାନା ଚନ୍ଦ୍ର ଶେଖର, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ଆରକୁ ସାଂସଦ ଜି. ମାଧଭି ଏବଂ ଛତିଶଗଡ଼ ବସ୍ତର ସାଂସଦ ଦୀପକ ବାଇଜ ପ୍ରମୁଖ ଯୋଗ ଦେଇ ଯାତ୍ରୀଙ୍କୁ ସୁରକ୍ଷା ଓ ସୁବିଧା ପ୍ରଦାନ ସହ ରେଳ ଭିତ୍ତିଭୂମିର ବିକାଶ ଉପରେ ପରାମର୍ଶ ଦେଇଥିଲେ।

ପୂର୍ବତଟ ରେଳବାଇ ୱାଲଟେୟର ଡିଭିଜନ ଦ୍ୱାରା ଯାତ୍ରୀମାନଙ୍କ ପାଇଁ କରାଯାଇଥିବା ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ରେଳ ସେବା, ଯାତ୍ରୀ ସୁବିଧା, ଟ୍ରେନର ନାମ ପରିବର୍ତ୍ତନ, ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ଆଦି ଦିଗରେ ବିଶାଖାପାଟଣା ଡିଆରଏମ ଅନୁପ କୁମାର ଶତପଥୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ସାଂସଦମାନେ।

ବୈଠକରେ ଏଡିଆରଏମ ସୁଧୀର କୁମାର ଗୁପ୍ତା, ୱାଲଟେୟର ଏଡିଆରଏମ ମନୋଜ କୁମାର ସାହୁ ଏବଂ ପୂର୍ବତଟ ରେଳ ବିଭାଗର ବିଭିନ୍ନ ବିଭାଗର ମୁଖ୍ୟ ଯୋଗ ଦେଇଥିଲେ।

Tags: #ParliamentaryCommitteeMeeting #DevelopmentofRailway #Infrastructure #Vishakhapatnam

LEAVE A REPLY

Please enter your comment!
Please enter your name here