ଓଡ଼ିଶାଲାଇଭ୍ ବ୍ୟୁରୋ

 

ଆଜି ସରିବ କଟକର ଐତିହାସିକ ବାଲିଯାତ୍ରା। ଲୋକଙ୍କ ଚାହିଦାକୁ ଦେଖି ଜିଲ୍ଲା ପ୍ରଶାସନ ବାଲିଯାତ୍ରାର ଅବଧିକୁ ଗୋଟିଏ ଦିନ ବୃଦ୍ଧି କରିଥିଲେ। ଆଜି ଶେଷ ଦିନରେ ପ୍ରବଳ ଗହଳି ହେବର ସମ୍ଭାବନା ରହିଛି।

କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାରେ ପ୍ରତିଦିନ ପ୍ରବଳ ଲୋକଙ୍କ ସମାଗମ ହେଉଛି। କୋରୋନା କଟକଣା କାରଣରୁ ୨ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏ ବର୍ଷର ବାଲିଯାତ୍ରା ଅନେକଙ୍କ ମନରେ ଉତ୍ସାହ ଭରିଛି। ଚଳିତ ବର୍ଷ ବାଲିଯାତ୍ରାରେ ଲେଜର ସୋ ପାଲଟିଛି ବିଶେଷ ଆକର୍ଷଣ। ପ୍ରତିଦିନ ଜମୁଛି ବିକ୍ରିବଟା ଓ ଖାଦ୍ୟପେୟର ଆସର।

ଅନେକ ଦୃଷ୍ଟିରୁ ଚଳିତ ବର୍ଷର ବାଲିଯାତ୍ରା ଇତିହାସ ସୃଷ୍ଟି କରିଛି। ଏ ବର୍ଷର ବାଲିଯାତ୍ରା ସର୍ବାଧିକ ୧୦ଦିନ ଧରି ଆୟୋଜିତ ହୋଇଛି। କଟକ ବାଲିଯାତ୍ରା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ନିଜର ମତ ଉଲ୍ଲେଖ କରିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

କଟକର ବିଭିନ୍ନ ସ୍କୁଲର ପ୍ରାୟ ୨୧୦୦ ଛାତ୍ରଛାତ୍ରୀ ବାଲିଯାତ୍ରାରେ ୩୫ ମିନିଟରେ ୨୨ହଜାର କାଗଜ ଡଙ୍ଗା ପ୍ରସ୍ତୁତକରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଓଡ଼ିଶା ପାଇଁ ଥିଲା ଏକ ଗର୍ବର ବିଷୟ।

Tags: #HistoricalBalijatra #Cuttack #Odisha

Comment