ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଥମ ବେସରକାରୀ ମହାକାଶ କମ୍ପାନିର ରକେଟ ‘ବିକ୍ରମ-ଏସ୍’କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଆଜି ସକାଳ ୧୧.୩୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ସଫଳ ଉତକ୍ଷେପଣ କରାଯାଇଛି।  ହାଇଦ୍ରାବଦର ‘ସ୍କାଏରୁଟ ଏରୋସ୍ପେସ୍’ କମ୍ପାନି ଏହି ରକେଟ ନିର୍ମାଣ କରିଛି।

ଏହି ରକେଟ ମହାକାଶରେ ୯୦ କିମି ପାର୍ଜୟନ୍ତ ଯାଇଥିଲା ଏହି ରକେଟରେ ୨ଟି ଭାରତୀୟ ଓ ଗୋଟିଏ ବିଦେଶୀ ସ୍ୟାଟେଲାଇଟ ମହାକାଶକୁ ପଠାଯାଇଛି। ଏହି ରକେଟ ନିଜର ସମସ୍ତ ବୈଶିଷ୍ଟ୍ୟକୁ ସଫଳତାର ସହ ହାସଲ କରିଛି।

ଇସ୍ରୋ ପକ୍ଷରୁ ଏହି ଉତକ୍ଷେପଣ ମିଶନକୁ ‘ପ୍ରାରମ୍ଭ’ ନାମ ଦିଆଯାଇଛି। ଏହି ଉତକ୍ଷେପଣ ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶ୍ରୀହରିକୋଟାରେ ଉପସ୍ଥିତ ଥିଲେ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏହି ରକେଟ ନିର୍ମାଣରେ ସମ୍ପୃକ୍ତ କମ୍ପାନୀର ସହାୟତା କରିଥିଲା। ଭାରତର ବିଖ୍ୟାତ ମହାକାଶ  ବୈଜ୍ଞାନିକ ବିକ୍ରମ ଏସ୍ ସରଭାଇଙ୍କ ସମ୍ମାନରେ ଏହି ରକେଟର  ନାମକରଣ କରାଯାଇଛି।

 ଏହି ମିଶନ ‘ସ୍କାଏରୁଟ ଏରୋସ୍ପେସ୍’ର ଏକ ପରୀକ୍ଷାମୂଳକ ଉତକ୍ଷେପଣ ଥିଲା। ୨୦୨୦ର ଶେଷ ଭାଗରୁ ଏହି ରକେଟର  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ଓଜନ ୫୪୫ କେଜି ହୋଇଥିବାବେଳେ ଏହାର ଲମ୍ବ ୬ ମିଟର ଏବଂ ଓସାର ୦.୪ ମିଟର ରହିଛି। ଏହି ରକେଟର ଇଞ୍ଜିନକୁ ୩-ଡି ପ୍ରିଣ୍ଟ ମାଧ୍ୟମରେ ତିଆରି କରାଯାଇଛି।

 

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ବେସରକାରୀ ନିବେଶକୁ ବୃଦ୍ଧି କରିବା ଦିଗରେ ଏହା ସହାୟକ ହେବ।

Tags: #Vikram-s #Skyrootaerospace #Isro #PrivateSpacesector #SatishDhawanSpaceCenter #India

Comment