ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଏସ୍‌ପିରୁ ପଦବୀରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଦେଲେ ହାଇକୋର୍ଟ। ଏହି ବିଜ୍ଞପ୍ତି ଅନୁସାରେ ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ପାଇଁ ପ୍ରମୋଟି ଡିଏସ୍‌ପିଙ୍କ କାର୍ଯ୍ୟକାଳର ସମୟସୀମା ୩ ବର୍ଷରୁ ୬ମାସ ହ୍ରାସ କରାଯାଇଥିଲା।

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚଳିତ ବର୍ଷ ଜୁଲାଇ ମାସରେ ଏହି ବିଜ୍ଞପ୍ତି ବାହାର କରିଥିଲା ପ୍ରମୋଟି ଅଫିସରଙ୍କ ପଦୋନ୍ନତି ସମୟସୀମା ହ୍ରାସକୁ ଚ୍ୟାଲେଂଜ ହୋଇଥିଲା। ଏହି ବିଜ୍ଞପ୍ତିକୁ ଓପିଏସସି ଦ୍ୱାରା ସିଧାସଳଖ ନିଯୁକ୍ତ ଡିଏସ୍‌ପି ଚାଲେଂଜ କରିଥିଲେ। ଏନେଇ ହାଇକୋର୍ଟରେ ଏକ ମମାଲା ଦାଏର ହୋଇଥିଲା

 

ଆଜି ଓଡ଼ିଶା ହାଇକୋର୍ଟ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସିକୁ କିଛି ପରବର୍ତ୍ତୀ ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Tags: #OdishaHighcourt #Stayorder #ASP #DSP #OPSC ##Cuttack #Odisha

Comment