ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ଝାରପଡା ଜେଲରୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ସୋମବାର ଦିନ କୋର୍ଟରେ ହାଜର କରାଯାଇଛି। କୋର୍ଟକୁ ଯିବା ପୂର୍ବରୁ ଅର୍ଚ୍ଚନା ନାଗ ଗଣମାଧ୍ୟମ ଆଗରେ କହିଥିଲେ, “କୁଆଡ଼େ ଗଲେ ସୋ କଲ୍ଡ ଭିକ୍ଟିମ?”

ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ କିଛି ଟଙ୍କା ନେଇନାହାନ୍ତି। ତାଙ୍କ ମୁହଁ ଏବଂ ଆଖି ବନ୍ଦ କରାଯାଇଛି ତାଙ୍କୁ କୋର୍ଟରେ ହାଜର ହେବାକୁ ନିଆଯାଉଛି। ସିବିଆଇ ତଦନ୍ତ କରାଗଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଥିଲେ ଅର୍ଚ୍ଚନା।

ବ୍ଲାକ ମେଲିଂ କରି ଟଙ୍କା ମାଗିବା ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ସେ ଏବେ ଝାରପଡ଼ା ଜେଲରେ ରହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅର୍ଚ୍ଚନା ନାଗଙ୍କ ସମ୍ପତ୍ତିର ଖୋଳତାଡ଼ କରୁଥିବାବେଳେ ଏହି ଘଟଣାରେ ଜେରା କରିବା ପାଇଁ ମୋଟ ୧୫ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଜେରା କରାଯାଇଛି। ପୁଣି ଥରେ ଇଡି ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାର ସମ୍ଭାବନା ରହିଛି।

Tags: #ArchanaNaag #BlackmailingCase #BhubaneswarCourt #jail

Comment