ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବ୍ ଶୀଘ୍ର ଆସିବ ଛତୁ ମିଶନ। ରାଜ୍ୟରେ ଛତୁ ଉତ୍ପାଦନ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହେବ ଛତୁ ମିଶନ। ଏ ନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ।
ଛତୁ ମିଶନ ମାଧ୍ୟମରେ ଛତୁ ଚାଷ ଏବଂ ଚାଷୀଙ୍କୁ ପ୍ରୋତ୍ସାହନ ମିଳିବ। ଏହି ମିଶନ ଅଧୀନରେ ନୂଆ ଚାଷୀ ଓ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଆଗାମୀ ୫ ବର୍ଷ ମଧ୍ୟର ଏହାକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଛତୁ ମିଶନରେ ଅଧିକ ସଂଖ୍ୟକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଙ୍ଗଠନ (ଏଫପିଓ)ଙ୍କୁ ସାମିଲ କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି।
The State Govt is going to launch a Mushroom Mission to make Odisha self-sufficient in production of button mushroom and net exporter of paddy-straw and oyster mushrooms involving women SHGs/FPOs through area expansion and promotion of value added products in next 5 years. https://t.co/3OU4poECg4
— Arabinda K Padhee (@arvindpadhee) December 12, 2022
ପାଳ ଛତୁ ଉତ୍ପାଦନରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏବେ ବଟନ ଛତୁ ଉତ୍ପାଦନ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ବଟମ ଛତୁ ଉତ୍ପାଦନରେ ଓଡ଼ିଶାକୁ ସ୍ଵାବଲମ୍ବୀ କରିବାକୁ ଏହିଭଳି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
ପାଳ ଛତୁ ଏବଂ ଧିଙ୍ଗିରି ଛତୁ ରପ୍ତାନିକାରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଏହା ସହିତ ବଟନ ଛତୁ ଉତ୍ପାଦନ ବୃଦ୍ଧି କରିବା ଲାଗି ଆଗାମୀ ୫ ବର୍ଷ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ପାଳ ଛତୁ ଓ ଧିଙ୍ଗିରି ଛତୁକୁ ଉନ୍ନତ କରିବା ଲାଗି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓ ଗ୍ରୁପକୁ ଦାୟିତ୍ଵ ଦିଆଯାଇଛି।
Tags: #StateGovt #Mushroom #MushroomMission #KrushiBibhaga #DrArvindPadhi