ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଘନ କୁହୁଡ଼ି। ଦୈତନଗରୀରେ ଭୋର ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନଥିଲା। ଫଳରେ ଗମନାଗମନରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କୁହୁଡି ହେତୁ ବିମାନ ଚଳାଚଳରେ ବ୍ୟାଘାତ ଦେଖିବାକୁ ମିଳିଛି। ୪ଟି ବିମାନ ବିଳମ୍ବରେ ଚାଲିଛି। କେବଳ ଦୈତନଗରୀ ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଚାନ୍ଦବାଲୀ, ପୁରୀ, ପାରାଦୀପ ଅଞ୍ଚଳରେ ମଧ୍ୟ ଲୋକମାନେ ଶୀତୁଆ ସକାଳରେ ଘନ କୁହୁଡ଼ିର ମଜା ଉଠାଇଛନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିର ମଧ୍ୟ କୁହୁଡି ଚାଦରରେ ଘୋଡେଇ ହୋଇଥିବା ଦେଖିବାକୁ ମିଳିଥିଲା।

Tag: #ThickFog #Cuttack #Bhubaneswar #VisibilityDrops #50Meters #Odisha

Comment