ଓଡ଼ିଶାଲାଇଭ୍ ବ୍ୟୁରୋ

ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ପରେ ଏବେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମହାବଳ ବାଘକୁ ଶିକାର କରି ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ ଏସଟିଏଫ୍ ହାତରେ ଶିକାରୀ ଧରାପଡ଼ିଛନ୍ତି ଜଣେ ଶିକାରୀ ଧରା ପଡ଼ିଥିବା ବେଳେ ଜଣ ଫେରାର ଅଛନ୍ତି। 

ବାରିପଦାର ଶ୍ରୀଦାମଚନ୍ଦ୍ରପୁରଠାରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଏସଟିଏଫ୍ ଦଳ ଖବର ପାଇ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ଜଣେ ଶିକାରୀ ଧରା ପଡ଼ିଥିବା ବେଳେ ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ବାଘର ଛାଲ ଜବତ କରାଯାଇଛି। 

ପୂର୍ବରୁ ଶିମିଳିପାଳରେ ହାତୀ ଶିକାର ପରେ ଶିକାରୀ ହାତୀର ଦାନ୍ତ କାଟି ନେଇଥିବା ଜଣାପଡ଼ିଥିଲା। ଘଟଣାକୁ ଚପାଇ ଦେବା ଲାଗି ହାତୀର ମୃତଶରୀରକୁ ପୋଡ଼ି ବନ କର୍ମଚାରୀମାନେ ପାଉଁଶକୁ ନଦୀରେ ଭସାଇ ଦେଇଥିଲେ। ଏହି ଘଟଣାରେ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ବାଘ ହାତୀଙ୍କ ସୁରକ୍ଷିତ ଅଭୟାରଣ୍ୟ ଶିମିଳିପାଳରେ ବାଘ ଛାଲ ଜବତ ଏବଂ ହାତୀ ଶିକାର ଏକ ସାଂଘାତିକ ଘଟଣା। ଏନେଇ ଶିମିଳିପାଳରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Tags: #SimilipalNationalPark #Tiger #SkinSeized #Mayurbhanj #Baripada #Odisha #STF #ForestDepartment

LEAVE A REPLY

Please enter your comment!
Please enter your name here