ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ନାବାଳିକା ଉପରେ ଏସିଡ ଫିଙ୍ଗିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିପୋଲିସର ତଦନ୍ତ ପରେ ଜଣାପଡ଼ିଛି ଯେ, ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅନ୍ଲାଇନ୍ଶପିଂ ସାଇଟ୍ଫ୍ଲିପକାର୍ଟରୁ କେମିକାଲ୍ଅର୍ଡର କରିଥିଲେ।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସୁପ୍ରିମକୋର୍ଟଙ୍କ ବ୍ୟାନ୍ସତ୍ତ୍ୱେ ମଧ୍ୟ କିଭଳି ଭାବେ ଅତି ସହଜରେ ଅନ୍ଲାଇନ୍ହେଉ କି ଦୋକାନରେ ଏସିଡ୍ଉପଲବ୍ଧ ହେଉଛି ଏବଂ ଲୋକମାନେ ଏହାକୁ କିଣୁଛନ୍ତି ମଧ୍ୟ। ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ ମହିଳା କମିଶନ ଏନେଇ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ୍କରିଛନ୍ତି। 

ବୁଧବାର ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ସ୍କୁଲ୍ ଯିବା ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଛିଡ଼ା ହୋଇଥିଲେ। ଏହି ସମୟରେ ମୁଖା ପିନ୍ଧି ୨ ଜଣ ବ୍ୟକ୍ତି ବାଇକରେ ଆସି ଛାତ୍ରୀଙ୍କ ଉପରୁ ଏସିଡ ଫିଙ୍ଗିଥିଲେ। ଏହାପରେ ଛାତ୍ରୀଙ୍କୁ ଯନ୍ତ୍ରଣା ହେବାରୁ ସେଠାରୁ ସେ ପ୍ରାଣ ବିକଳରେ ଦୌଡ଼ି ପଳାଉଥିବା ସିସିଟିଭିରେ କଏଦ ହୋଇଛି 

ଘଟଣାର ମାଷ୍ଟରମାଇଣ୍ଡ ସଚିନ ଆରୋରା(୨୦) ବୋଲି ଜଣାପଡ଼ିଛି ଗତ ସେପ୍ଟେମ୍ବରରେ ସମ୍ପୃକ୍ତ ଛାତ୍ରୀଙ୍କ ସହ ସଚିନର ଝଗଡ଼ା ହୋଇଥିଲା ପ୍ରତିଶୋଧ ନେବା ପାଇଁ ସେ ହରଶିତ୍ଅଗ୍ରୱାଲ୍‌(୧୯) ବୀରେନ୍ଦ୍ର ସିଂ(୨୨)ଙ୍କ ସହାୟତା ନେଇଥିଲା ଘଟଣାର ୧୨ ଘଣ୍ଟା ପରେ ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଅଭିଯୁକ୍ତଙ୍କୁ ପଚରାଉଚରେ ବେଳେ ଜଣାପଡ଼ିଥିଲା, ସେମାନେ ଫ୍ଲିପକାର୍ଟରୁ ଏସିଡ୍ଅର୍ଡର କରିଥିଲେ

ଦେଶରେ ଏସିଡ୍ଆକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ସୁପ୍ରିମକୋର୍ଟ କାଉଣ୍ଟରରେ ଏସିଡ୍ବିକ୍ରି ଉପରେ ବ୍ୟାନ୍ଲଗାଇଥିଲେ। ଲାଇସେନ୍ସ ନଥିବା ଦୋକାନୀ ଏହାକୁ ବିକ୍ରି କରିପାରିବେ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଯେଉଁମାନେ ଏସିଡ୍କିଣିବେ ସେମାନେ ଏହାର କାରଣ ପରିଚୟ ପ୍ରମାଣ ପତ୍ର ଦେବେ ବୋଲି ମଧ୍ୟ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ବ୍ୟାନ୍ସତ୍ତ୍ୱେ ଖୁଲମଖୁଲା ବଜାର ଓ ଅନ୍‌ଲାଇନ୍‌ରେ ଏସିଡ୍ବିକ୍ରି ହେଉଥିବା ଦେଖିବାକୁ ମିଳିଛି 

Tags: #DelhiAcidAttack #MinorGirl #Flipkart #AcidPurchase #Arrest #India

Comment