ଓଡ଼ିଶାଲାଇଭ୍ ବ୍ୟୁରୋ

କେମ୍ବ୍ରିଜ୍‌ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ର ୨୫୦୦ ବର୍ଷ ପୁରୁଣା ଏକ ସଂସ୍ମୃତ ବ୍ୟାକରଣ ସମସ୍ୟାର ସମାଧାନ କରିଦେଇଛନ୍ତି। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଯେଉଁ ସମସ୍ୟାର ସମାଧାନ କେହି କରିପାରିନାହାନ୍ତି କେମ୍ବ୍ରିଜରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ର ଋଷି ଅତୁଲ ରାଜପୋପଟ ସେହି ସଂସ୍କୃତ ବ୍ୟାକରଣ ସମସ୍ୟାର ସମାଧାନ କରିଛନ୍ତି।

ଋଷି ଅତୁଲ ହେଉଛନ୍ତି କେମ୍ବ୍ରିଜ୍‌ ସେଣ୍ଟ ଜନ୍‌ କଲେଜର ଏସିଆନ ଆଣ୍ଡ ମିଡିଲ୍‌ ଇଷ୍ଟର୍ଣ୍ଣ ଷ୍ଟଡିଜ୍‌ରେ ଜଣେ ପିଏଚ୍‌ଡି ଛାତ୍ର। ୨ରୁ ଅଢ଼େଇ ହଜାର ବ‌ର୍ଷ ତଳେ ପ୍ରାଚୀନ ସଂସ୍କୃତ ଭାଷାର ମହାନ ଆଚାର୍ଯ୍ୟ ପାଣିନୀଙ୍କ ଦ୍ଵାରା ଲିଖିତ ଏକ ସଂସ୍କୃତ ବ୍ୟାକରଣ ଦ୍ଵନ୍ଦ୍ଵର ଋଷି ସମାଧାନ କରିଛନ୍ତି।

ପାଣିନୀ ଯେଉଁ ‘ମେଟାରୁଲ୍‌’ ଶିଖାଇଥିଲେ, ତାହା ବ୍ୟାକରଣ ଦୃଷ୍ଟିରୁ ଭୁଲ୍‌ ପରିଣାମ ଦେଉଥିବା କେତେକ ବ୍ୟାଖ୍ୟାକାର କହିଥିଲେ। ପାରମ୍ପରିକ ଭାବରେ ପଣ୍ଡିତମାନଙ୍କ ଦ୍ଵାରା ବ୍ୟାଖ୍ୟାରେ କୁହାଯାଇଥିଲା- ‘ସମାନ ଶକ୍ତିର ଦୁଇଟି ନିୟମ ମଧ୍ୟରେ ବିବାଦ ହେଲେ, ବ୍ୟାକରଣର କ୍ରମିକ ସଂଖ୍ୟାରେ ଆସୁଥିବା ନିୟମ ଜିତେ’। ଏହା ପ୍ରାୟତଃ ବ୍ୟାକରଣଗତ ଭାବରେ ଭୁଲ୍‌ ଫଳାଫଳ ଦେଇଥାଏ।ଋଷି ଅତୁଲ ରାଜପୋପଟ ମେଟାରୁଲ୍‌ର ଏହି ପାରମ୍ପରିକ ବର୍ଣ୍ଣନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମେଟାରୁଲ୍‌ରେ ନୂଆ ଶବ୍ଦ ତିଆରି କରିବା ପାଇଁ ପରସ୍ପର ବିରୋଧୀ ନିୟମ ରହିଥିବା ବେଳେ ଏ ବାବଦ ଭ୍ରମକୁ ଋଷି ଦୂର କରି ସଠିକ୍‌ ଶବ୍ଦ ନିର୍ମାଣର ପ୍ରକ୍ରିୟା ବାହାର କରିଛନ୍ତି।

Tags: #IndianPhDScholar #CambridgeUniversity #OldSanskritGrammaticalProblem #RushiAtulRajpopat #MetaRule #India

Comment