ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ସ୍ଵତନ୍ତ୍ର ଦଳ ପକ୍ଷରୁ ମହାବଳବାଘ ଚମଡ଼ା ଜବତ ଘଟଣାରେ ଏସଟିଏଫର ପୁଣି ତନାଘନା। ଭୁବନେଶ୍ଵରରୁ ଏକ ସ୍ୱତନ୍ତ୍ର ଦଳ ବାରିପଦା ଗସ୍ତ କରି ମହାବଳ ବାଘ ଶିକାର ଓ ଚମଡ଼ା ବିକ୍ରି ଘଟଣାର ଅନୁଧ୍ୟାନ କରୁଛି।

ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ବାରିପଦା ବନଖଣ୍ଡ ଅଧିକାରୀଙ୍କ ସହଯୋଗରେ ଏହି ତନାଘନା ଚାଲୁ ରଖିଛି। ଘଟଣା ଅନୁସାରେ ଭୁବନେଶ୍ୱରରୁ ଆସିଥିବା ଏହି ଏସଟିଏଫ ଟିମ ବୁଧବାର ବିଳମ୍ୱିତ ରାତିରେ ଚଢାଉ କରି ଡିଲ ଚାଲିଥିବା ବେଳେ ବାଘ ଚମଡ଼ାକୁ ଜବତ ଏବଂ ଅଭିଯୁକ୍ତ  ଗିରଫ କରି ଫେରିଯାଇଥିଲେ।

ଗିରଫ ଅଭିଯୁକ୍ତ ହେଲେ ଶ୍ରୀରାମଚନ୍ଦ୍ର ପୁର ଗ୍ରାମର ଦେବାଶିଷ ପାତ୍ର ଏବଂ ଖସି ଯାଇଥିବା ମୁଖ୍ୟ ବାଘ ଛାଲ ବେପାରୀ ଫାଗୁ ହାଁସଦାକୁ ଗୁରୁବାର ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

Tags: #TigerSkinSeized #SimilipalNationalPark #Mayurbhanj #Odisha #STF #SpecialTeam #Bhubaneswar

Comment