ଓଡ଼ିଶାଲାଇଭ୍ ବ୍ୟୁରୋ

school student mask

ଚୀନ ଏବଂ ଆମେରିକାରେ କୋଭିଡ ସ୍ଥିତି ଅଣାୟତ ହୋଇଥିବାବେଳେ ଭାରତରେ କୋଭିଡକୁ ନେଇ ଡର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁବାର ଦିନ କୋଭିଡକୁ ନେଇ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍(ଆଇଏମଏ)। ବର୍ତ୍ତମାନଠାରୁ ମାସ୍କ ପରିଧାନ କରିବା ସହ ସାନିଟାଇଜର ବ୍ୟବହାର କରିବା, ବାମରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା  କରିବା ଲାଗି ଆଇଏମଏ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭିଡ଼ଠାରୁ ଦୂରେଇ ରହିବା ସହ ବିଦେଶ ଯାତ୍ରା ଏଡାଇବାକୁ ପରମର୍ଶ ଦିଆଯାଇଛି। ଏହା ସହିତ ଯେଉଁମାନେ ବୁଷ୍ଟର ଡୋଜ ନେଇ ନାହାଁନ୍ତି ସେମାନଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ।

ଅନ୍ୟପଟେ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ବିଏଫ-୭ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଭିଡ ମାମଲା ବଢ଼ିଲେ ଆଗକୁ ପୁଣି ଥରେ କୋଭିଡ କଟକଣା ଫେରିବାର ଆଶଙ୍କା କରାଯାଉଛି।

Tags: #Covid19 #CoronaVirus #India #Odisha #Mask #IMA

LEAVE A REPLY

Please enter your comment!
Please enter your name here