ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନା ଗୁରୁବାର ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମୋସର ମାରକ କ୍ଷମତା ୪୦୦ କିଲୋମିଟର ରହିଛି।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ “ଏହି ପରୀକ୍ଷଣ ସଫଳ ହୋଇଛି ଓ କ୍ଷେପଣାସ୍ତ୍ରଟି ଆବଶ୍ୟକ ମାନଦଣ୍ଡକୁ ପାଳନ କରିବା ସହ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି। ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ସୁଖୋଇ ସ୍ଥଳ ଓ ଜଳଭାଗରେ ଥିବା ଯେକୌଣସି ଟାର୍ଗେଟକୁ ସଠିକ ଭାବେ ଆକ୍ରମଣ କରିବାର କ୍ଷମତା ହାସଲ କରିଛି।”

ମନ୍ତ୍ରାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, “ସୁ-୩୦ଏମକେଆଇ ବିମାନରେ ଖଞ୍ଜା ହେବା ପରେ ଏହି କ୍ଷେପଣାସ୍ତ୍ରର ମାରକ ଦୂରତା ବୃଦ୍ଧି ପାଇଛି। ଏହି ସଫଳତା ଭାରତୀୟ ବାୟୁସେନାକୁ ରଣନୈତିକ କ୍ଷମତାକୁ ଆହୁରି ବୃଦ୍ଧି କରିଛି।“

ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ), ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ଏହି ପରୀକ୍ଷଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ। ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନା, ହାଲ୍ ଓ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

Tags: #IndianAirForce #ExtendedRangeVersion #BrahmosAirLaunched #missile #su30mkiAircraft #BayOfBengal #India

LEAVE A REPLY

Please enter your comment!
Please enter your name here