ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ଵ, କମ୍ପିବ ବାରବାଟୀ। ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ। ଏଥିପାଇଁ ହକି ଆନଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ। ଫେଡେରେସନ ଅଫ୍ ଇଣ୍ଡିଆନ ହକି ଦ୍ଵାରା ପ୍ରସ୍ତୁତ ଏହି ହକି ଆନଥେମରେ ସ୍ଵର ସଂଯୋଜନା କରି ଗୌରବ ଆଣିଛନ୍ତି ପ୍ରେମାନନ୍ଦ

ଗୀତଟିକୁ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ ଗାଇଥିବା ବେଳେ ଏହାର ରଚନା କରିଛନ୍ତି ସମୀର ପ୍ରେମାନନ୍ଦ। ମୁମ୍ବାଇରେ ଗୀତଟିର ରେକର୍ଡିଂ ସହିତ ଭିଡିଓ ସୁଟିଂ ହୋଇଛି। ଓଡ଼ିଶା ଲଗାତାର ଦ୍ଵିତୀୟ ଥର ପାଇଁ ହକି ବିଶ୍ଵକପ ଆୟୋଜନ କରି ନୂଆ ରେକର୍ଡ କରିଛି।

ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ଆୟୋଜିତ ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ଓଡ଼ିଆ ପୁଅଙ୍କ ସଂଯୋଜନାରେ ସାରା ବିଶ୍ଵ ଝୁମିବ। ଗତଥର ବିଶ୍ଵକପରେ ସଙ୍ଗିତ ନିର୍ଦ୍ଦେଶକ ଏଆର ରେହେମାନ କମ୍ପୋଜିସନ କରିଥିଲେ। ଚଳିଚ ବର୍ଷ ଓଡ଼ିଆ ପୁଅ ଏହି ଦାୟିତ୍ଵ ଉଠାଇ ସାରା ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି।

Tags: #MensHockeyWorldCup #Premanand #SukhbindarSingh #HockeyAnthem #Cuttack #BarabatiStadium #Odisha

LEAVE A REPLY

Please enter your comment!
Please enter your name here