ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତର ଷଷ୍ଠଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ହେବ ଫଳରେ ଏବେ ଏହା ୬.୫ ପ୍ରତିଶତରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୁଧବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟ୍ ବୃଦ୍ଧି କରିବା ସପକ୍ଷରେ ମତ ଦେଇଛନ୍ତି। ରେପୋ ରେଟ୍ ବଢିବା ଫଳରେ ଦେଶର ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କରୁ ଋଣ ଆଣିବା ମହଙ୍ଗା ପଡ଼ିବ। ଏହାର ପ୍ରଭାବ ସାଧରଣ ଲୋକଙ୍କ ଉପରେ ଦେଖାଦେବ। ବ୍ୟାଙ୍କମାନେ ଲୋକମାନଙ୍କୁ ଦେଉଥିବା ବିଭିନ୍ନ ପ୍ରକରର ଋଣ ଯଥା ଗୃହ ଋଣ, କାର ଋଣ ଆଦିର ସୁଧହାର ବୃଦ୍ଧି ପାଇବ।

“ଦେଶର ଆର୍ଥିକ ବ୍ୟବସ୍ଥାରେ ମୁଦ୍ରାସ୍ଫୀତିର ହାରକୁ କମ କରିବା ପାଇଁ ଏହି ରେପୋ ରେଟ୍ ବୃଦ୍ଧି କରଯାଇଛି। ଏବେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୬.୫ ପ୍ରତିଶତ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳକୁ ଖସିବ। ପରବର୍ତ୍ତୀ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ”, କହିଛନ୍ତି ଶକ୍ତିକାନ୍ତ ଦାସ।

ରିଜର୍ଭ ବ୍ୟାଙ୍କ ୨୦୨୨ ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ରେପୋ ରେଟରେ ୨୫୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ଡିସେମ୍ବର ମାସରେ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୩୫ ବେସିସ୍ ବୃଦ୍ଧି କରିଥିଲେ।

ଦେଶରେ ଆର୍ଥିକ ସ୍ଥିତି ତଥା ମୁଦ୍ରାସ୍ଫୀତିର ଆକଳନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମନିଟାରି ପଲିସି କମିଟିର ପ୍ରତି ଦୁଇ ମାସରେ ବୈଠକ ଅନୁଷ୍ଠିତ ହୋଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ୧୯୩୪ର ଅନୁଚ୍ଛେଦ ୪୫ ଅନୁସାରେ ଏହି ବୈଠକ ହୋଇଥାଏ।

Tags: #RBI #Reporate #Inflation #MonetaryPolicyCommitte #India

LEAVE A REPLY

Please enter your comment!
Please enter your name here