ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୩ଟି ଜିଲ୍ଲାରେ ସୁନା ପଥର ଖଣିର ସନ୍ଧାନ ମିଳିଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ କହିଛନ୍ତି କେନ୍ଦୁଝର, ଦେବଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବା ସୂଚନା ମିଳିଛି।

ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏହି ସବୁ ସୁନା ଖଣିର ସନ୍ଧାନ ପାଇଛନ୍ତି। କେନ୍ଦୁଝର ଜିଲ୍ଲାର ଗୋପୁର, ଗତିପୁର, କୁଶକଳା, ଡିମିରିମଣ୍ଡା ଆଦି ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ଏହା ସହିତ ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସୁରିଆଗୁଡ଼ା, ରୁଆଁସିଳ, ଧୁସୁରା ପାହାଡ଼ରେ ମଧ୍ୟ ସୁନା ଖଣିର ସନ୍ଧାନ ମିଳିଛି।

ସେହିପରି ଦେବଗଡ଼ର ଅଡ଼ାସ ଅଞ୍ଚଳରେ ସୁନା ଖଣି ରହିଥିବା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଧାନସଭାରେ ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିବା ପାରେ ସର୍ଭେ କାମ ଆରମ୍ଭ ହୋଇଥିବା ମନ୍ତ୍ରୀ କହିଛନ୍ତି।

Tags: #OdishaAssembly #OdishaAssemblySession #GoldMines #PrafullaKumarMallick #Odisha

Comment