ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ୁଛି। ଫେବ୍ରୁଆରି ମାସରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ତାପମାତ୍ରା ୪୧ ଡିଗ୍ରୀ ଟପିବ। ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଓଡ଼ିଶାକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି। ରାଜ୍ୟରେ ଅନେକ ଦିନଧରି ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ଗମ୍ଭୀରହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ରବିବାର ବୌଦ୍ଧ ଓ ମାଲକାନଗିରିରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୩୬ ଡିଗ୍ରୀ, ନୟାଗଡ଼ ୩୬.୫ ଡିଗ୍ରୀ, ଫୁଲବାଣୀ ୩୫.୭ ଡିଗ୍ରୀ, ଟିଟିଲାଗଡ଼ ୩୫ ଡିଗ୍ରୀ, ଓ ଭୁବନେଶ୍ଵରରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୋମବାର ସକାଳେ ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିଲା। ବିଶେଷକରି କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ହୋଇଥିଲା।

Tags: #Weatherupdates #Summer #Temperaturerise #MeteorologicalCentre #Bhubaneswar #Odisha

Comment