ଓଡ଼ିଶାଲାଇଭ୍ ବ୍ୟୁରୋ

 

ରିଅଲ ଇଷ୍ଟେଟ୍ ସଂସ୍ଥା ଡିଏନ୍ ହୋମ୍‌ସର ବାସଗୃହ ପ୍ରକଳ୍ପ ‘ଡିଏନ୍ ଫେରିଟେଲ୍’ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ନିର୍ମିତ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଗୁରୁବାର ଭୁବନେଶ୍ଵରଠାରେ ଆୟୋଜିତ ଏକ ସାମ୍ଵାଦିକ ସମ୍ମିଳନୀରେ ଡିଏନ୍ ହୋମ୍‌ସର କାର୍ଯ୍ୟନିର୍ବାହୀ ଉପ ସଭାପତି ଶ୍ୟାମ ସୁନ୍ଦର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି।ଏହି ପ୍ରକଳ୍ପରେ ୭୦୮ଟି ଫ୍ଲାଟ୍ ରହିଛି। ଏଠାରେ ଜଗିଂ ଟ୍ରାକ୍, ଶୀତତାପ ନିୟନ୍ତ୍ରିତ ଜିମ୍, ସୁଇମ୍ଂପୁଲ୍, କିଡସ୍‌ପୁଲ, ଫିସ୍ ପଣ୍ଡ, ସପିଂ ସେଣ୍ଟର, ଟେନିସ୍ କୋର୍ଟ, କ୍ରିକେଟ ନେଟ୍ ପ୍ରାକ୍ଟିସ୍, ଆମ୍ପି ଥିଏଟର, ରେସ୍ତୋରାଁ, କାଫେଟେରିଆ ସହ ତିନି ଥାକିଆ ସିକ୍ୟୁରିଟି ବ୍ୟବସ୍ଥା ରହିଛି।

ସେହିପରି ପିଲାମାନଙ୍କ ପାଇଁ ନିର୍ଦ୍ଧାରିତ ଖେଳିବା ସ୍ଥାନ, କ୍ରେଚ୍ ଏବଂ ପ୍ରି-ସ୍କୁଲର ସୁବିଧା ସହିତ ବୟସ୍କ ନାଗରିକଙ୍କ ଅବସର ବିନୋଦନ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

“୨୦୧୯ରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏହାପରେ ଫନି ବାତ୍ୟା ଏବଂ କୋଭିଡ୍ ଭଳି ମହାମାରୀ ଓଡ଼ିଶାକୁ ପ୍ରଭାବିତ କରିଛି। ହେଲେ ଏଭଳି ଦୁର୍ବିପାକ ସତ୍ତ୍ଵେ ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଆମେ ଶେଷ କରିପାରିଛୁ। ଓଡ଼ିଶା ଯେହେତୁ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଏହାକୁ ଦୃଷ୍ଟିରେ ରଖି ଡିଏନ୍ ଫେରିଟେଲ୍‌ ପ୍ରକଳ୍ପକୁ ମଧ୍ୟ ସବୁ ପ୍ରକାର ବିପର୍ଯ୍ୟୟର ମୁକାବିଲାଯୁକ୍ତ ଭାବେ ନିର୍ମାଣ କରାଯାଇଛି। ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଗ୍ରାହକମାନଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ଭାବେ ଡକ୍ଟରର୍ସ ଚ୍ୟାମ୍ପରର ମଧ୍ୟ ସୁବିଧା ରହିଛି”, କହିଛନ୍ତି ଡିଏନ୍ ହୋମ୍‌ସର କାର୍ଯ୍ୟନିର୍ବାହୀ ଉପ ସଭାପତି ଶ୍ୟାମ ସୁନ୍ଦର ପାଢ଼ୀ।“ଏହି ପ୍ରକଳ୍ପଟି ଭୁବନେଶ୍ଵରର ଆଇଟି ହବ୍ ହେବାକୁ ଥିବା ଇନ୍‌ଫୋଭ୍ୟାଲି ନିକଟରେ ନିର୍ମିତ। ତେଣୁ ବଡ଼ ବଡ଼ କର୍ପୋରେଟ୍ କାର୍ଯ୍ୟାଳୟ, ହସ୍ପିଟାଲ, କ୍ରୀଡ଼ା କେନ୍ଦ୍ର ଆଦିରେ କାର୍ଯ୍ୟ କରୁଥିବା ତଥା କରିବାକୁ ଯାଉଥିବା କର୍ମଚାରୀଙ୍କ ପାଇଁ ବାସଗୃହ ଯୋଗାଇବାରେ ସହାୟକ ହେବ। ସେହିପରି ଏହି ପ୍ରକଳ୍ପ ଯୋଗୁଁ ମଦନପୁର ଏବଂ ଦୁର୍ଗାପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ମାନଦଣ୍ଡର ମଧ୍ୟ ଅଭିବୃଦ୍ଧି ଘଟିବ”, କହିଛନ୍ତି ଡିଏନ୍ ହୋମ୍‌ସ ସେଲ୍‌ସର ଉପ ସଭାପତି ନିଖିଲ ବାଜପେୟୀ।

Tags: #DNHomes #DNFairytale #RealEstate #Bhubaneswar #Odisha

Comment