ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଛି ଗ୍ରୀଷ୍ମର ପ୍ରକୋପ। ଏବେ ପ୍ରତିଦିନ ରାଜ୍ୟର ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ୪ ଦିନ ଯାଏଁ ଓଡ଼ିଶାର ତାପମାତ୍ରା ସ୍ଵାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୪୨ ଡିଗ୍ରୀ ପାର କରିବ। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଓଡ଼ିଶାକୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଅନେକ ଦିନ ଧରି ବର୍ଷା ହୋଇନଥିବାରୁ ଅଧିକ ତାତି ଅନୁଭୂତ ହେଉଛି।

ରବିବାର ତାଳଚେର ସହର ୩୮.୮ ଡିଗ୍ରୀ ସହ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏହାଛଡ଼ା ରାଜଧାନୀ ଭୁବନେଶ୍ଵରରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ଅନୁଗୁଳରେ ୩୮.୧ ଡିଗ୍ରୀ, ଟିଟିଲାଗଡ଼ରେ ୩୭.୫ ଡିଗ୍ରୀ, ସୁନ୍ଦରଗଡ଼ ଓ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟପଟେ ରବିବାର ରାତିରେ ପୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ କରାଯାଇଛି।

Tags: #Weatherupdates #Summer #Temperaturerise #MeteorologicalCentre #Odisha

Comment