ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଭାରୋତ୍ତଳନରେ ଭାରତ ପାଇଁ ସ୍ଵର୍ଣ୍ଣ ଜିତିଲେ କୋରାପୁଟ ଜିଲ୍ଲା ଜୟପୁରର ବିଶ୍ଵନାଥ ନାୟକ। ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ବିଶ୍ଵ ଷ୍ଟ୍ରେନ୍ଥ ଲିଫ୍ଟିଙ୍ଗ ଏବଂ ଇନକ୍ଲାଇନ ବେଞ୍ଚପ୍ରେସ ଚାମ୍ପିୟନସିପ୍ସରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ବିଶ୍ଵନାଥ। ଭାରତ ପକ୍ଷରୁ ମାଷ୍ଟର କେଟୋଗୋରିରେ ସେ ଅଂଶ ଗ୍ରହଣ କରିଥିଲେ।

ନେପାଳ ଷ୍ଟ୍ରେନ୍ଥ ଲିଫ୍ଟିଙ୍ଗ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୯ଟି ଦେଶର ଖେଳାଳି ଭାଗ ନେଇଥିଲେ। ଭାରତ, ପାକିସ୍ତାନ, ବାଂଲାଦେଶ, ଇଣ୍ଡୋନେସିଆ, ଆଫଗାନୀସ୍ତାନ ଭଳି ୯ଟି ଦେଶର ୫୦୦ରୁ ଅଧିକ ଖେଳାଳି ଭାକ ନେଇଥିଲେ।

ବିଶ୍ଵନାଥଙ୍କ ଏହି ସଫଳତାକୁ ନେଇ ଜୟପୁର ଅଞ୍ଚଳରେ ଖୁସି ଦେଖିବାକୁ ମିଳିଛି। ନିଜ ସହରକୁ ଫେରିବା ସମୟରେ ରେଳ ଷ୍ଟେସନଠାରେ ବିଶ୍ଵନାଥଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ବିଶିଷ୍ଠ ବ୍ୟକ୍ତି ବିଶେଷ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ବିଶ୍ୱନାଥ ପେସାରେ ଜଣେ ଆଇନଜୀବୀ। ଦୀର୍ଘ ବର୍ଷ ଧରି ସହରର ଜଣେ ଆଗଧାଡ଼ିର ପାୱାରଲିଫ୍ଟର ଭାବେ ତାଙ୍କର ପରିଚୟ ରହିଛି। ପୂର୍ବରୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ପ୍ରତିଯୋଗିତାରେ ସେ ବହୁ ପଦକ ଜିଣିଛନ୍ତି। ଜାତୀୟ ସ୍ତରରେ ସେ ୨ଟି ସ୍ଵର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଥିବାବେଳେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୫ରୁ ଅଧିକ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Tags: #NepalStrengthliftingFederation #IndianPowerLiftingAssociation #Weightlifting #PowerLifting #Competition #GoldMedal #BiswanathNayak

Comment