ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଛୋଟ ଛୁଆଙ୍କୁ ବାତ ମାରିବା ସାଧାରଣ କଥା ହୋଇନଥିଲେ ମଧ୍ୟ ପ୍ରାୟ ୧୦୦୦ ପିଲାଙ୍କ ମଧ୍ୟରୁ ୫ ଜଣଙ୍କୁ ବାତ ମାରିଥାଏ। କିଶୋର ଅବସ୍ଥାକୁ ପହଞ୍ଚିବା ପୂର୍ବରୁ ପ୍ରାୟ ୧ ପ୍ରତିଶତ ପିଲା ବାତର ଶିକାର ହୋଇଥାନ୍ତି ବୋଲି କୁହନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରକ୍ଷିତ ସ୍ୱାଇଁ।

ସାଧାରଣତଃ ଶିଶୁମାନଙ୍କର ଗୋଡ଼, ହାତ, ଆଖି, ପାଟି ଏବଂ ମସ୍ତିଷ୍କର ଅସ୍ୱାଭାବିକ ଚାଳନାକୁ ବାତ ମାରିବା କୁହାଯାଏ ବୋଲି କୁହନ୍ତି ଡାକ୍ତର। କେବଳ ଶିଶୁ ନୁହଁନ୍ତି ବୟସ୍କମାନଙ୍କୁ ମଧ୍ୟ ବାତ ମାରିଥାଏ। ନବଜାତ ଶିଶୁକୁ ମଧ୍ୟ ବାତମାରିଥାଏ। ଏହା ବିଭିନ୍ନ କାରଣର ପାଇଁ ହୋଇଥାଏ ବୋଲି କୁହନ୍ତି ଡାକ୍ତର ଅରକ୍ଷିତ ସ୍ୱାଇଁ।

ବାତ ମାରିବା ବା ମୂର୍ଚ୍ଛାରୋଗ ଏକ ମସ୍ତିଷ୍କଜନିତ ରୋଗ। ଜଣେ ବ୍ୟକ୍ତିକୁ ଫିଟ୍‌ସ ମାରିଲେ ସେ ଥରି ଥରି ତଳେ ପଡ଼ିଯାଏ। ତେବେ ପିଲାକୁ ଫିଟ୍‌ସ ବା ବାତ କାହିଁକି ମାରେ? କ’ଣ ରହିଛି ଏହାର କାରଣ ଓ ଲକ୍ଷଣ? କିପରି ଏହାର ଚିକିତ୍ସା କରାଯାଇ ପାରିବ ସେ ବିଷୟରେ କ’ଣ କହୁଛନ୍ତି ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରକ୍ଷିତ ସ୍ୱାଇଁ, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Health #DoctorAdvice #SwasthyaPlusOdia #Seizures

LEAVE A REPLY

Please enter your comment!
Please enter your name here