ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ମଣିଷର ବିଭିନ୍ନ ପ୍ରକାରର ଆବଶ୍ୟକତା ରହିଛି। ସେଥି ମଧ୍ୟରେ ଶାରୀରିକ ଆବଶ୍ୟକତା ମଧ୍ୟ ଜଡ଼ିତ। କିନ୍ତୁ ଆଜିକାଲି ଅନେକ ମହିଳା ଏବଂ ପୁରୁଷ ସହବାସ ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି। ଯାହା ସ୍ଵାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖରାପ ହେବାର ମୁଖ୍ୟ କାରଣ ପାଲଟିଛି ବୋଲି କୁହନ୍ତି ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତ।

ବର୍ତ୍ତମାନ ବ୍ୟସ୍ତବହୁଳ ସମାଜରେ ଅଧିକାଂଶ ଲୋକ ବିଭିନ୍ନ କାରଣରୁ ଚିନ୍ତାଗ୍ରସ୍ଥ ରହୁଛନ୍ତି। ଠିକ୍ ସମୟରେ ଠିକ୍ କାମ ହୋଇପାରୁ ନାହିଁ। ଯେଉଁ ବୟସରେ ଗୋଟିଏ ଝିଅର ସେକ୍ସୁଆଲ ଆବଶ୍ୟକତା ରହିଥାଏ ସେ ସମୟରେ ସେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଇଥାନ୍ତି। କେବଳ ସେତିକି ନୁହେଁ ଅଧିକାଂଶ କ୍ଷେତ୍ରରେ କମ୍ ବୟସରୁ ପୁଅ ଝିଅ ଶାରୀରିକ ସମ୍ପର୍କ ରଖୁ ଥିବାରୁ ବୟସ ବଢ଼ିବା ସହ ସେମାନଙ୍କ ମଧ୍ୟରେ ସହବାସ ପ୍ରତି ଆଗ୍ରହ କମିଯାଉଛି ବୋଲି ଡାକ୍ତର କୁହନ୍ତି।

ବିଶେଷ କରି ବିଭିନ୍ନ କାରଣକୁ ନେଇ ଚିନ୍ତାଗ୍ରସ୍ତ ରହୁଥିବା ମଣିଷ ସାମାଜିକ, ମାନସିକ, ଶାରୀରିକ ଓ ଯୌନ ସମସ୍ୟା ଦେଇ ଗତି କରିଥାନ୍ତି। ଏହି ଭଳି ଅନେକ କାରଣରୁ ସହବାସ ପାଇଁ ଅଧିକାଂଶ ମହିଳା ଏବଂ ପୁରୁଷ ଅନିଚ୍ଛା ପ୍ରକାଶ କରିଥାନ୍ତି।

ଏହି ସମସ୍ୟାକୁ କିପରି ଚିହ୍ନିବେ ଏବଂ କିଭଳି ଏଥିରୁ ମୁକୁଳି ହେବ ସେ ନେଇ ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଦେବବ୍ରତ ସାବତ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Health #Sexualneed #DoctorAdvice

LEAVE A REPLY

Please enter your comment!
Please enter your name here