ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡକୁ ନେଇ ପୁଣି ଚିନ୍ତା ଆରମ୍ଭ ହୋଇଛି। ଦେଶରେ ଏବେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତରପ୍ରଦେଶରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି।
ଏହା ପୂର୍ବରୁ ମଙ୍ଗଳବାର ଦିନ ଆସିଥିବା ରିପୋର୍ଟ ଅନୁସାରେ ଦେଶରେ ୫,୬୭୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୦ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୯୧୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ୪୦୨ ଜଣ ଏବଂ ଉତ୍ତରାଖଣ୍ଡରେ ୧୦୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତରେ ବର୍ତ୍ତମାନ କୋଭିଡ ସଂକ୍ରମଣ ବଢ଼ୁଥିବାବେଳେ ପ୍ରାୟ ୩୮ ପ୍ରତିଶତ ମାମଲା କୋଭିଡର ନୂଆ ଭାରିଏଣ୍ଟ ଏକ୍ସବିବି.୧.୧୬ ର ରହିଛି। ଜିନମ ସିକୁଏନ୍ସି ଉପରେ ନଜର ରଖୁଥିବା ଆଇଏନଏସଏସିଓଜିର ସୂଚନା ଅନୁସାରେ ଦେଶରେ ଦୈନିକ କୋଭିଡ ସଂକ୍ରମଣ ମାମଲାରୁ ୩୮.୨ ପ୍ରତିଶତ ମାମଲା ଏହି ନୂଆ ଭାରିଏଣ୍ଟର ରହିଛି।
Tags: #Covid19 #Corona #CovidInfection #CoronaVirus













