ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ କୋଭିଡକୁ ନେଇ ଲୋକଙ୍କ ମନରେ ପୁଣି ଡର ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୩୫୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୬ ଜଣ କେରଳର ରହିଛନ୍ତି। ଏ ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।

ଦେଶରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପୁଥିବାବେଳେ ଗୁରୁବାର ଆସିଥିବା ରିପୋର୍ଟ ଅନୁସାରେ ଦେଶରେ ୯,୩୫୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦେଶରେ ୫୭,୪୧୦ଟି ସକ୍ରିୟ ମାମଲା ରହିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୨୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ ୪,୪୩,୩୫,୯୭୭ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ପୂର୍ବରୁ ବୁଧବାର ଦିନ ଆସିଥିବା ରିପୋର୍ଟ ଅନୁସାରେ ଦେଶରେ ୯,୬୦୦ରୁ ଅଧିକ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Tags: #Covid19 #CovidCases #ActiveCovidCases #CoronaVirus #CovidCasesinIndia

LEAVE A REPLY

Please enter your comment!
Please enter your name here