ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

୨୦୨୩ ମେ’ ୨୮ ତାରିଖ (ରବିବାର) ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ। ମେ’ ୨୪ରୁ ଆରମ୍ଭ ହେଉଛି ମାସିକ ଋତୁସ୍ରାବ ସ୍ୱଚ୍ଛତା ସପ୍ତାହ। ଏହି ଅବସରରେ ଓଡ଼ିଶାଲାଇଭ୍‌, ସ୍ୱାସ୍ଥ୍ୟପ୍ଲସ ଏବଂ ଆଇଏଫଆଇ ଫାଉଣ୍ଡେସନର ମିଳିତ ମିଡିଆ କ୍ୟାମ୍ପେନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’।

ଋତୁସ୍ରାବକୁ ନେଇ ଏବେବି ସମାଜରେ କେତେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଛି। ଆଜିବି ଝିଅମାନେ ଏ ସମ୍ପର୍କରେ ଖୋଲାଖୋଲି କଥା ହେବାକୁ ସଙ୍କୋଚ ମନେ କରୁଛନ୍ତି। କିନ୍ତୁ ଋତୁସ୍ରାବ ଲାଜ କରିବାର ବିଷୟ ନୁହେଁ, ଏହା ବିଷୟରେ ଖୋଲାଖୋଲି କଥା ହେବାର ଆବଶ୍ୟକତା ରହିଛି। ଆଜିର ଯୁବପିଢ଼ି ଧୀରେ ଧୀରେ ପିରିୟଡସ୍ ବିଷୟରେ କଥା ହେବାର ଆବଶ୍ୟକତା ବୁଝିଲେଣି।

ଋତୁସ୍ରାବକୁ ନେଇ ଆମ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ବେଳେବେଳେ ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ଇଛା ହେଉଥିଲେ ହେଁ ପ୍ରଶ୍ନ କରିବାକୁ ସାହସ ହୁଏ ନାହିଁ। ଓଡ଼ିଶାଲାଇଭ୍‌, ସ୍ୱାସ୍ଥ୍ୟପ୍ଲସ ଏବଂ ଆଇଏଫଆଇ ଫାଉଣ୍ଡେସନର ମିଳିତ ମିଡିଆ କ୍ୟାମ୍ପେନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ସେହିଭଳି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଭିଡିଓ।

ଋତୁସ୍ରାବ ବା ପିରିୟଡସ୍ କ’ଣ, କାହିଁକି ହୁଏ? ପରିୟଡସ୍ ବେଳେ ସଫା ସୁତରା ନରହିଲେ କେଉଁ ସବୁ ସମସ୍ୟା ଦେଖାଦିଏ? ପିରିୟଡସ୍‌କୁ ନେଇ ରହିଥିବା ଅନ୍ଧବିଶ୍ୱାସ ଏବଂ ପିରିୟଡସ୍ ବିଷୟରେ ଡାକ୍ତର କ’ଣ କୁହନ୍ତି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #MHDAY2023 #WeAreCommitted #EndPeriodStigma #EndPeriodPoverty #PeriodEnducationForAll #PeriodFriendlyToiletsForAll

LEAVE A REPLY

Please enter your comment!
Please enter your name here